STORYMIRROR

Panchanan Jena

Abstract

2  

Panchanan Jena

Abstract

ଦୁଃଖ -ସୁଖ

ଦୁଃଖ -ସୁଖ

1 min
386

ଦୁଃଖ ଆସେ ଅଦିନିଆ ମେଘ ପରି

ମନ ହୋଇଯାଏ କଳାହାଣ୍ଡିଆ

ଗର୍ଜନ ତର୍ଜନ ସହିତ

ବର୍ଷିବ ବର୍ଷିବ ପୁଣି ଭାଙ୍ଗିପଲାଏ

ସୁଖ ଆସେ କ୍ଷଣିକ ଅଳିକ

ଅଳ୍ପ ସମୟ ପାଇଁ

ବର୍ଣ୍ଣାଳିର ଛଟାରେ ଆଭାରେ

କିଛି କ୍ଷଣ-ଦଣ୍ଡେ ପାଇଁ

ଦୁଃଖ ଆସେ ସମସ୍ୟା ପଶେ

ଭାରାକ୍ରାନ୍ତ ମନ

ନିଦ ହଜିଯାଏ ଉଡିଯାଏ

ସମାଧାନ ଖୋଜେ ଦିନୁଦିନ

ସୁଖ ଆସେ ଅଜଣା ଅତିଥି

କୁହା ନାହିଁ କି ବୋଲା ନାହିଁ

ଖୋଜିଲେ ଆସେନା କେବେ

ମରିକିକା ପରି ଅଛି ଏଇଠି ଏଇଠି ନାହିଁ

ସୁଖର ଚାଦର ତଳେ ଦୁଃଖର କାକର

ଖୁସିର ଅମାର ତଳେ ଲୁହାର କବର

ଲାଭର ମୀନାର ପାଖେ ହାନୀର କଙ୍କର

ଦୁଃଖ -ସୁଖ

ଖରା-ଛାଇ

ଆଲୁଅ -ଅନ୍ଧାର ଦ୍ଵାହି

କାଗଜର ଦୁଇ ଫର୍ଦ୍ଧ ପରି ଫର ଫର

ଟଙ୍କାର ଦୁଇ ପାଖ ଭଳି କର କର

ଲଗା ଲଗି ଜାଁଆଳା-ଭାଇ ଯମଜ ଦାୟାଦ

ଆସିବେ ବାରମ୍ବାର ଯିବେ ବାରବାର ହୋଇଣ ଉନ୍ମାଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract