STORYMIRROR

Manjulata Dei

Tragedy

4  

Manjulata Dei

Tragedy

ଦୁଃଖ ର ଗଜଲ

ଦୁଃଖ ର ଗଜଲ

1 min
251


ତତଲା ଲୁହରେ ବତୁରେ ସପନ 

ହୃଦୟ ଟା ଯାଏ ଜଳି

ବୟସ ଟା ପାଦ ଆଗକୁ ବଢ଼ାଏ

ମୃତ୍ୟୁ ଆସେ ଝୁଲି ଝୁଲି...


ହାତ ଠାରିଲାଣି ମଶାଣି ର କୋଳ

ଖିଲି ଖିଲି ହସେ ଯୁଇ

ସାହାରା ହରାଇ ଜୀବନ ଟା ମୋର

ଖୋଜୁଛି ଆଶାର ର ଛାଇ...


ଜିଇଁ ବାର ତୃଷ୍ଣା ଏବେବି ମନରେ

ରଙ୍ଗିନ୍ ସ୍ଵପ୍ନ କୁ ନେଇ 

ସପନ ଶୋଇଛି ନିଦ ଝୁଲଣାରେ

ନିରବ ନିଶ୍ଚଳ ହୋଇ....


ମନେ ମୋ ରହିଛି ଅନେକ ସପନ

ରାତି କିନ୍ତୁ ଆସେ ସରି

ସକାଳ ଆସିଲେ ସବୁ ସରି ଯିବ

ଉଠିବ ଶେଷ ସବାରୀ ..... 🙏🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy