STORYMIRROR

Manjulata Dei

Others

2  

Manjulata Dei

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
59


ଅନେକ ପ୍ରଶ୍ନର ଉତ୍ତର ପଚାରେ

ତୁମେ କାହିଁ ନିରୁତ୍ତର

ସବୁ ଦେଖୁଥାଅ ସବୁ ଶୁଣୁ ଥାଅ

ହୋଇ ତୁମେ ନିର୍ବିକାର...


ସମୟ ଟା ଖାଲି ଗଡି ଗଡି ଯାଏ

ଭାବନା ମୋ ହୁଏ ବୃଥା

ମୋ ନିଜର ପ୍ରଶ୍ନ ଫେରେ ମୋ ପାଖକୁ

ହୃଦୟେ ଜଳାଇ ବ୍ୟଥା...


ତଥାପି ଭରସା ଅଛି ତୁମ ପରେ

ମନରେ, କରିଛି ଆନେକ ଆଶା

ବିଶ୍ବାସ କୁ ମୋର ଭାଙ୍ଗି ଦେବ ନାହିଁ

କରି ମୋତେ ଲୋକହସା..


କରୁଣା କଟାକ୍ଷେ ଚାହିଁ ଥିବ ଟିକେ

 ବୁଝିଯିବ ମୋ ମନ ବ୍ୟଥା

କହିବାକୁ ମୋତେ ଲୋଡ଼ା ପଡିବନି

ଅସରା ଅକୁହା କଥା..


Rate this content
Log in