STORYMIRROR

Manjulata Dei

Children Stories

4  

Manjulata Dei

Children Stories

ମୋର ପିଲାଦିନ

ମୋର ପିଲାଦିନ

1 min
334


ହଜିଗଲା କାହିଁ ସେହି ପିଲାଦିନ

ଅଭୁଲା ଅତୀତ ମୋର

ବେଳ ଅବେଳରେ ମନେ ପଡିଯାଏ 

ହୃଦୟ ହୁଏ ଅସ୍ଥିର...


ଅନ୍ଧାରି ଜୀବନ ଜଞ୍ଜାଳ ରେ ବନ୍ଧା

ପଛକୁ ପାରୁନି ଫେରି

ଅଭୁଲା ସ୍ମୃତି କୁ ସାଥେ ନେଇଯିବି

ଯେବେ ମୁଁ ଯିବି ମରି...


ଭୁଲି ପାରିବିନି ଜନ୍ମ ମାଟିକୁ ମୋ

ଯିଏ, ଧରିଥିଲା ମୋତେ କୋଳେ

ଥିରି ଥିରି ହୋଇ ଚାଲି ଶିଖିଥିଲି

ତାହାରି ବକ୍ଷ ସ୍ଥଳେ... 


ମୋ ଗାଁ ର ସେହି ପାଣି ପବନ କୁ

କିପରି ଭୁଲିବି କୁହ

ମନ ଆଇନା ରେ ତାର ଛବି ଦିଶେ

ଆଖି କୋଣୁ ବହେ ଲୁହ...


ସାଙ୍ଗ ସାଥି ମୋର ସୁଖର ସମ୍ପତ୍ତି

ଦୁଃଖ, ସୁଖର ସପନ

କଥା ପଦକରେ ପେଟ ପୁରିଯାଏ

ଭାରି, ମନେପଡେ ପିଲା ଦିନ...


ଅତୀତ ର ସ୍ମୃତି ମୋହାଛନ୍ନ କରେ

ନୀରବେ ହୁଅଇ ଝୁରି

ଆସନ୍ତା କି ଫେରି ସେହି ପିଲା ଦିନ

ଯାଆନ୍ତି ତା କୋଳେ ଫେରି...


ମଞ୍ଜୁ ଲତା ଦେଇ

ଭୁବନେଶ୍ବର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍