STORYMIRROR

Manjulata Dei

Children Stories

4  

Manjulata Dei

Children Stories

ଜୀବନ ର ଗପ

ଜୀବନ ର ଗପ

1 min
243


କେଉଁ କଥା ତୋତେ ଅଜଣା ଅଛପା

ସବୁ ଗପ ତୋତେ ଜଣା

କହିବାକୁ ମୋର ତୁଣ୍ଡ ଖୋଲୁନାହିଁ

ହେବା ପାଇଁ ବାଟ ବଣା...


ଆକାଶ ରୁ ଜହ୍ନ ତୋଳିବା ପାଇଁ କି

କେତେ ରାତି ଦେଲି ପାହି

ଛାଇ ଆଲୁଅ ରେ ସପନ ଦେଖିବା

ସୁଖଟା କ୍ଷଣିକ ପାଇଁ...


ଜୀବନ ର ବାଟ ଅଧା ହୋଇଲାଣି

ଶକତି ନାହିଁ ଏ ପାଦେ

ଭୁଲ ଠିକଣା ରେ ଚାଲିବାକୁ ହୁଏ

ଯନ୍ତ୍ରଣା ଭୋଗଇ କେତେ...


ଜୀବନ ସହିତ କାହିଁ ତ କେଉଁଠି

 ସ୍ଵପ୍ନର ରହୁନି ମେଳ

ସତ ମିଛ ସବୁ ଅଧା ଅଧା କରି

କଟିଗଲା ଏତେ କଳ...


ତୁ କାହୁଁ ବୁଝିବୁ କେତେଯେ ପାହାଚ

ବାକି ଅଛି ଚଢ଼ିବାକୁ

ଗୋଟେ ପାଦ ଯଦି ଉପରକୁ ଯାଏ

ଦିପାଦ ଆସେ ତଳକୁ...


କେଉଁ କଥା ତୋତେ କହିବି ଯେ ଆଉ

ସବୁ ଗପ ତୋତେ ଜଣା

କାହାଣୀ ର ଅନ୍ତ ଲେଖିବା ଆଗରୁ

ହଜାଇଦେ ମୋ ଠିକଣା... 🙏🙏


ମଞ୍ଜୁ ଲତା ଦେଇ.

ଭୁବନେଶ୍ବର..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍