STORYMIRROR

Ansuman Swain

Classics

3  

Ansuman Swain

Classics

ଦଶହରା

ଦଶହରା

1 min
206


ଆଶ୍ୱିନ ମଷରେ    ଶୁକ୍ଳପକ୍ଷ ଧାରେ

    ହୁଅନ୍ତି ମା ଆଗମନ 

ପଲ୍ଲୀ ଠୁ ସହର  ଜଗତେ ସୁନ୍ଦର 

   ଲାଗେ କେଡେ ଶୋଭବନ ।୧

    

ଶରତ ଋତୁରେ    କ୍ଲାନ୍ତ କୋମଳରେ 

    ମା ମୋର ଆଜି ହସୁଛି 

ଶାନ୍ତି ସିତଳରେ  ପଲ୍ଲୀର ବୁକୁରେ 

     ମା ମୋର ଆଜି ବାସୁଛି ।୨


ଶିଶିର ଭିଜାରେ   ଧବଳ ଆଭାରେ 

  ସତେ କେଡେ ମନ ଲୋଭା 

କାଶତଣ୍ଡି ମୋର     ସରଶ ସୁନ୍ଦର

     ପାଉଛି ରାଇଜେ ଶୋଭା । ୩


ମାତା ଦଶଭୁଜା     ଦୁର୍ଗତିନାଶିନୀ 

      ସଂସାରରେ ସିଏ ଜୟ

ତାଙ୍କରି ଆସିଷେ ଏହି ଧରା ଧାମେ

       ହଟି ଯାଏ ମନୁ ଭୟ ।୪


ମଙ୍ଗଳ ଦାତ୍ରୀ ସେ ସଙ୍କଟ ହାରିଣୀ 

     ମାତା ଅଭୟ ଦାୟିନୀ

ଜଗତ ଜନନୀ  ଶାନ୍ତି ପ୍ରଦାଇନି

      ସିଏ ଦୁଃଖ ନିବାରିଣୀ ।୫


ରବି ହଜିଗଲେ   ରଜନୀ ର ଧାରେ 

    ହେଉ ଥାଉ ଚିକି ମିକି

ତୋହରି ଦର୍ଶନ ମିଳିଲା ମାତ୍ରକେ

   ମନେ ଭରି ଯାଏ ଶାନ୍ତି ।୬


ଛୋଟ ଠାରୁ ବଡ଼  ସଭିଏଁ ପାଗଳ

    ଦଶହରା ପର୍ବ ପାଇଁ 

ସଭିଙ୍କ ମୁଖରେ ହସର ଲହରୀ 

  ଦେଉ ଥାଉ ମାତା ତୁହି ।୭



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics