ଦଶହରା
ଦଶହରା
ଆଶ୍ୱିନ ମଷରେ ଶୁକ୍ଳପକ୍ଷ ଧାରେ
ହୁଅନ୍ତି ମା ଆଗମନ
ପଲ୍ଲୀ ଠୁ ସହର ଜଗତେ ସୁନ୍ଦର
ଲାଗେ କେଡେ ଶୋଭବନ ।୧
ଶରତ ଋତୁରେ କ୍ଲାନ୍ତ କୋମଳରେ
ମା ମୋର ଆଜି ହସୁଛି
ଶାନ୍ତି ସିତଳରେ ପଲ୍ଲୀର ବୁକୁରେ
ମା ମୋର ଆଜି ବାସୁଛି ।୨
ଶିଶିର ଭିଜାରେ ଧବଳ ଆଭାରେ
ସତେ କେଡେ ମନ ଲୋଭା
କାଶତଣ୍ଡି ମୋର ସରଶ ସୁନ୍ଦର
ପାଉଛି ରାଇଜେ ଶୋଭା । ୩
ମାତା ଦଶଭୁଜା ଦୁର୍ଗତିନାଶିନୀ
ସଂସାରରେ ସିଏ ଜୟ
ତାଙ୍କରି ଆସିଷେ ଏହି ଧରା ଧାମେ
ହଟି ଯାଏ ମନୁ ଭୟ ।୪
ମଙ୍ଗଳ ଦାତ୍ରୀ ସେ ସଙ୍କଟ ହାରିଣୀ
ମାତା ଅଭୟ ଦାୟିନୀ
ଜଗତ ଜନନୀ ଶାନ୍ତି ପ୍ରଦାଇନି
ସିଏ ଦୁଃଖ ନିବାରିଣୀ ।୫
ରବି ହଜିଗଲେ ରଜନୀ ର ଧାରେ
ହେଉ ଥାଉ ଚିକି ମିକି
ତୋହରି ଦର୍ଶନ ମିଳିଲା ମାତ୍ରକେ
ମନେ ଭରି ଯାଏ ଶାନ୍ତି ।୬
ଛୋଟ ଠାରୁ ବଡ଼ ସଭିଏଁ ପାଗଳ
ଦଶହରା ପର୍ବ ପାଇଁ
ସଭିଙ୍କ ମୁଖରେ ହସର ଲହରୀ
ଦେଉ ଥାଉ ମାତା ତୁହି ।୭
