STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

ଦଳପତି ପଦ ତୁମକୁ ସାଜେ

ଦଳପତି ପଦ ତୁମକୁ ସାଜେ

1 min
25.8K


ଡ଼ . ନଟବର ସାହୁ


ବାର ବାର ହୋଇ ଶୁଭୁଛି ଡାକ

‘’ହିରଣ୍ୟକ ହିରଣ୍ୟକ !

ମୂଷିକରାଜା ହେ ବନ୍ଧୁ ମୋର

ବେଗେ ଆସି ଆମ ଜୀବନ ରଖ l ‘’

ଶୁଣି ଏଇ ଡାକ ମୂଷିକରାଜ

ବାହାରକୁ ଆସି ହୋଇଲେ ଉଭା

ଦଳବଳ ସହ କପୋତରାଜ

ଦଶା ଦିଖି ସେ ତ ହୋଇଲେ କାବା

କପୋତରାଜନ କହିଲେ, ‘’ସଖା

ଯାଇଥିଲୁ ବନ ପଥରେ ଉଡ଼ି

ପଡିଗଲୁ ଆମେ ବାଣୁଆ ଜାଲେ

ଖୁଦକଣିକାର ଲୋଭରେ ପଡ଼ି l

ନ ଥିଲା ଉପାୟ ଆମର ଆଉ

ପରାଣ ବିକଳେ ସରବେ ମିଳି

ଜାଲ ସହିତରେ ଆସିଛୁ ଉଡ଼ି

ମରଣର ଭୟ ଦେବାକୁ ଟାଳି l

ମୋର ଅନୁଗତ କପୋତ ଦଳେ

ତୁମେ ଇ ପାରିବ ମୁକ୍ତ କରି

ମୂଷିକରାଜ ମୋ ବାଲ୍ୟସଖା

ଆମଠି କରୁଣା ବର୍ଷା କରି l ‘’

ଏହା ଶୁଣିସାରି ହିରଣ୍ୟକ

ବନ୍ଧୁ ନିକଟକୁ ଗଲେ ସେ ଧାଇଁ

ଜାଲ କାଟି ନିଜ ମିତଙ୍କୁ ଆଗ

ବନ୍ଧନୁ ମୁକତି କରିବା ପାଇଁ l

ଏହା ଦେଖି ତହୁଁ କପୋତରାଜ

ମିତଙ୍କୁ କହିଲେ ବିନତି ହୋଇ

‘’ ପରଜାଙ୍କୁ ଆଗ ମୁକ୍ତ କର

ମୋ ଫାଶ କାଟିବ ଶେଷରେ ଭାଇ ‘’ l

ହିରଣ୍ୟକ ହସି କହିଲେ , ‘’ ସଖା

ଅଳପ ଶକତି କ୍ଷୀଣ ମୋ ଦେହ

ସବୁ କପୋତର କାଟିବି ଫାଶ

କିପରି ପାରିବି ତୁମେ ଯେ କୁହ !

ତୁମେ ଦଳପତି ବନ୍ଧୁ ମୋର

ପହିଲେ ତୁମକୁ ଦେବି ମୁକତି

ତା’ପରେ କାଟିବି ପାରିବି ଯେତେ

ଦେହେ ଥିବା ଯାଏ ମୋର ଶକତି

ଆଶ୍ରିତ ଜନ ରକ୍ଷା ପାଇଁ

ଦଳପତି ସିନା ସାଜିଛି ମୁହିଁ

ତାଙ୍କ ପାଇଁ ପଛେ ଜୀବନ ଯାଉ

ସେଥିପାଇଁ ମୋର ଭାବନା ନାହିଁ ‘’

କପୋତ ରାଜନ ବଚନ ଶୁଣି

ହିରଣ୍ୟକ ହସି କହିଲେ ତେଜେ

‘’ଆଦରଣ ତୁମ ଧନ୍ୟ , ସଖା

ଦଳପତି ପଦ ତୁକକୁ ସାଜେ l ‘’


Rate this content
Log in

Similar oriya poem from Children