STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଦିଲ୍ଲୀ ଚଲୋ

ଦିଲ୍ଲୀ ଚଲୋ

1 min
182

ଯୁବ ଶକ୍ତିର ପୁରୋଧା ତୁମେ ହେ 

    ଭାରତ ର ଯୋଗ୍ୟସୁତ 

ଜନ୍ମ ଜୟନ୍ତୀ ରେ କରୁଛୁ ସ୍ମରଣ 

     ଘେନ ଆମ ପ୍ରଣିପାତ


ଅଭାବ କଷଣ ପରିବାରେ ଜନ୍ମି 

     ଦୁଃଖ କୁ ସୁଖ ମଣି 

ବଡ଼ହୋଇ ପୁଣିଚିକାଗୋସହରେ 

    ପ୍ରଚାରିଲ ଧର୍ମବାଣୀ


ଥିଲା ତୁମପାଶେ ଆତ୍ମସଂଯମତା 

     ହେ ପୂଜ୍ୟ ଦିବ୍ୟପୁରୁଷ 

ହେ ମାର୍ଗଦର୍ଶକ ହେପୂଜ୍ୟସୁବାଷ 

    ଦିଅ ଥରେ ପାଦସ୍ପର୍ଶ


ବିଶ୍ୱ ଦରବାରେ ଦୃଷ୍ଟାନ୍ତ ଦର୍ଶାଇ 

    ହୋଇଥିଲଶ୍ରେଷ୍ଠ ପୁତ୍ର 

କୋଟିଭାରତୀୟପ୍ରାଣରେଭରିଲ 

    ସ୍ୱାଧୀନତା ମହାମନ୍ତ୍ର


ବିଶ୍ୱକୁବାନ୍ଧିଲ ଭାତୃତ୍ୱଡୋରିରେ 

    ହେ ବିଶ୍ୱବିଜୟୀ ସୁତ 

ସାଜି ଦେବଦୂତ କରିଲ ଚକିତ 

    ସଭିଏଁ କଲେ ସ୍ୱାଗତ


କନ୍ୟାକୁମାରୀ ତ୍ରିବେଣୀସଙ୍ଗମେ 

    ଗଢି ତୁମେ ତୀର୍ଥଧାମ 

କାମନାବାସନାଲୋଭମୋହମୂର୍ଛି 

    ହୋଇଲ ତ୍ୟାଗୀସମ୍ଭ୍ରମ


ମାଧବସେବାକୁମାନବସେବାରେ 

    ଜୀବନ ବିତାଇ ଦେଲ 

ବସୁଧୈବକୁଟୁମ୍ବକମ ମନ୍ତ୍ରରେ 

    ସଭିଙ୍କୁ ବାନ୍ଧି ରଖିଲ


ଦିଲ୍ଲୀ ଚଲୋ ତୁମ ଓଜସ୍ବିଆହ୍ୱାନ 

    ଶୁଣାଇ କରିଲ ପ୍ରୀତ 

ରକ୍ତନିଅ ଆଉ ସ୍ୱାଧୀନତା ଦିଅ 

    ଏହା ଥିଲା ତୁମ ଡ଼ାକ


ଏ ପୁଣ୍ୟ ଦିବସେ ବିଞ୍ଚିଦିଅ ଆଜି 

     ଦିବ୍ୟଚେତନା ର ମନ୍ତ୍ର 

ଆତ୍ମ ସମୀକ୍ଷା ର ପୁଞ୍ଜିଭୂତସ୍ବପ୍ନ 

    ଶ୍ରେଷ୍ଠତା ର ଶେଷସ୍ତୋତ୍ର


ଏ ଦେଶର ମାଆ ଭଗିନୀ ଜାୟା 

    ଦୁଷ୍କର୍ମେ ନ ଯାନ୍ତୁ ଝଡି 

ଆତତାୟି ମାନେ କ୍ଷିପ୍ର ଗତିରେ 

    ଆଉ ନ ଆସନ୍ତୁ ମାଡି


ସବୁରି ପ୍ରାଣରେ ଗୁଞ୍ଜରିତ ହେଉ 

    ମୁକତି ର ମହାଗୀତି 

ସ୍ୱାଧୀନ ପିପାସୁ ମାନବ ଆଦରୁ 

    ସତ୍ୟ,ଶାନ୍ତି ମୈତ୍ରୀ ପ୍ରୀତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract