ଦୀପାବଳୀ
ଦୀପାବଳୀ
( ରାଗ:- ଗୁଜ୍ଜରୀ ବା ଭାଗବତବାଣୀ )
ଅମାବାସ୍ୟା ଅନ୍ଧାର ରାତ୍ରି । ଆଣିବ କି ମନରେ ଭୀତି।।
ଦୀପାବଳୀର ଥିବ ଜ୍ୟୋତି। ଗାଁ ସହରେ ଦୀପାଳି ବତୀ।।
ଆଲୋକର ମାଳା ଘରରେ। ସଜ୍ଜିତ ଥିବା ଟି ଦୀପରେ।।
କାର୍ତ୍ତିକ ଅମାବାସ୍ୟା ପରା । ପ୍ରଜ୍ଜ୍ଵଳିତ ଦୀପରେ ଧରା।।
ସନାତନୀ ପର୍ବ ଏହୁରେ । ପାଳିତ ଭାରତବର୍ଷରେ।।
ଇତିହାସ ପରା ପୁରୁଣା । ଦ୍ଵାପର ଯୁଗର ଘଟଣା ।।
ମାରିଲେ ଶ୍ରୀରାମ ରାବଣ । ପାପର ଭାରା ନିବାରଣ।।
ଅଯୋଧ୍ୟା ଫେରିଲେ ରାଘବ। ତାଙ୍କସ୍ବାଗତେ ଏହୁ ପର୍ବ।।
ବାଜିଲା ମୃଦଙ୍ଗ କାହାଳୀ।ଜାଳିଲେ ଘରରେ ଦୀପାଳି।।
ଉତ୍ସାହିତ ଯେ ନର ନାରୀ ।ଗୁଞ୍ଜିଲା ଅଯୋଧ୍ୟାର ପୁରୀ।।
ଜଗତ କର୍ତ୍ତାଙ୍କର ପୁର । ଅଟନ୍ତି ବ୍ରହ୍ମାଣ୍ଡ ଠାକୁର ।।
ଦ୍ଵାପର ଯୁଗରୁ ଜଡ଼ିତ । ମହିମା ଅଟେ ତା ଅନନ୍ତ।।
ଅମୃତ କାଳ ଯେ ଆସିଛି । ରାମଙ୍କ ମନ୍ଦିର ବନୁଛି।।
ଅଟେ ବିଶାଳ ସେ ମନ୍ଦିର। ବିଶ୍ବରେ ନାହିଁ ତା ପ୍ରକାର।।
ଜଳିବ ଲକ୍ଷ୍ୟ ଲକ୍ଷ ଦୀପ। ଜଳିବ ଦୀପାଳି ପ୍ରଦୀପ।।
ଏ ଛାର ଅଟେ ମୁଁ ଅଜ୍ଞାନୀ। ପାରିବି ଅବା କାହୁଁ ବର୍ଣ୍ଣି।।
ପର୍ବର ମହିମା ଅପାର । ପ୍ରଭୁଙ୍କ ସ୍ବାଗତେ ପ୍ରଜାର।।