STORYMIRROR

MANORANJAN MALLIK

Abstract

3  

MANORANJAN MALLIK

Abstract

ଶୀର୍ଷକ - " କଲମ "

ଶୀର୍ଷକ - " କଲମ "

1 min
184

       


ସଂସାର ମଧ୍ୟେ      ଜଡ଼ଟେ ପରା

      ଅଟେ ମୁହିଁ କଲମ

ସବୁରି ପାଇଁ     ସଜ୍ଜିତ ଥାଏ 

    ଜୀବନ ମୋର ସ୍ଵୟମ

ଛୋଟରୁ ବଡ଼     ସବୁରି ସାଥେ

    ଗଢେ ଯେ ମିିତ୍ରତା

କିଏ ବା ବୁଝେ    ମନର କୋହ

      ଅଶ୍ରୁର ଗାଢତା

ବାଚ୍ୟହୀନ     ପ୍ରତିକ୍ରିୟାବିିିହୀନ

    ଭରସା ଯୋଗ୍ୟ ସାଥୀ

ସଭିିଙ୍କ ପ୍ରାଣ    କରି ପ୍ରସ୍ଫୁଟିତ

    କରେ ଯେ ମୋର ଇତି

ଧନୀ ଗରିବ    ଦେଖେନି ମୁହିଁ

   ରହେ ମୁଁ ଜ୍ଞାନୀ ପାଶେ

ଜ୍ଞାନ ବଳରେ   ବିଜୟୀ ହୋଇ

    ଜଗତେ ସଦା ହସେ

କବିଠୁ ବଡ଼    ତାର କବିତା

   କାବ୍ୟରେ ଦିଏ ପ୍ରାଣ

ଲେଖକ ପାଇଁ  ଲେଖନୀ ସାଜି

   ବଢ଼ାଏ ତାର ମାନ

ଶିଷ୍ୟ ପାଇଁ    ପ୍ରେରଣା ସାଜି

    ଗୁରୁ ହସ୍ତ ସ୍ପର୍ଶରେ

ଜ୍ଞାନ ପ୍ରଦୀପ   ଜାଳଇ ମୁହିଁ

   ଧନ୍ୟ ହୁଏ ଆନନ୍ଦରେ

ଯାଜ୍ଞସେନୀର  ଜୀବନ ଠାରୁ

  ଗାନ୍ଧି ଗୋପବନ୍ଧୁ ଯାଏଁ

ଲେଖିଛି ମୁଁ ଯେ  ଜୀବନୀ କେତେ

   ସଦା ଆପଣା ଛାଏଁ

ଏଇ ହାତରେ   ଲେଖିଛି କେତେ

    ଅତୀତ ଇତିହାସ 

ନବ ସୃଷ୍ଟିକୁ    ଉତ୍ସାହ ସାଥେ

    କରୁଛି ବି ପ୍ରକାଶ

ଜଡ ହେଲେ ବି  ଭାବନା ମୋର

   ହୋଇଛି କି କେବେ ଛୋଟ

ନିିଜକୁ ଜାଳି    ନାଶେ ତିମିର

   ପ୍ରକାଶେ ମୋ କାଳି ଛିଟ

ଧନ୍ୟ ମୋ ଜୀବନ   ଧନ୍ୟ ମୋ ବିିିଧାତା

    ସମାଜରେ ଜାଣେ ସତ୍ୟତା

ନ୍ୟାୟ ଧର୍ମ ସଙ୍ଗେ   ପାଦଟି ମିିଶିଲେ

    ଜୀବନରେ ସାର୍ଥକତା


    


Rate this content
Log in

Similar oriya poem from Abstract