STORYMIRROR

MANORANJAN MALLIK

Children Stories Others Children

3  

MANORANJAN MALLIK

Children Stories Others Children

" ଶିଶୁ "

" ଶିଶୁ "

1 min
176

         " ଶିଶୁ "

ଉଦିତ ରଶ୍ମିର କିରଣ ସେ

କଅଁଳ ଘାସର ସ୍ପର୍ଶ ସେ

ଚାରୁ ଚିତ୍ରପଟର ତୂଳୀ ସେ

ବାସ୍ନା ଭରା ପୁଷ୍ପର କଢି ସେ

ଆଲୋକ ବିନ୍ଦୁର ଆଶା ସେ

ଅଜସ୍ର ସ୍ୱପ୍ନର ନାୟକ ସେ

ଅସମ୍ଭବର ସମ୍ଭାବନା ସେ

ପଙ୍କରୁ ପ୍ରସ୍ଫୁଟିତ ପଙ୍କଜ ସେ

ସତ୍ୟ ସାଧନାର ପ୍ରତୀକ ସେ

ସରସ୍ଵତୀଙ୍କର ସ୍ରୋତ ସେ

ବିନାୟକଙ୍କର ବିନୟ ସେ

ଅନ୍ଧଲଢେଇର ଲଉଡ଼ି ସେ

ବାଲୁକା ରାଶିର ମୋତି ସେ

ଜୀବନ ଚକ୍ରର ଗତି ସେ

ଭ୍ରମରର ଗୁଣୁଗୁଣୁ ଧୂନ୍ ସେ

ସମୀରର ସୁର୍ ସୁର୍ ଶବ୍ଦ ସେ

ଡେଣା ଝାଡୁଥିବା ବିହଙ୍ଗ ସେ

ଇନ୍ଦ୍ରଧନୁର ସପ୍ତ ରଙ୍ଗ ସେ

ଧୂପ ଚନ୍ଦନର ତିଳକ ସେ

ନେତ୍ରମଣିର ପଲକ ସେ

ମୂକ ମୁଖର ଭାଷା ସେ

ଆଶା ଆକାଂକ୍ଷାର ଦୃଶ୍ୟ ସେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍