ତୁମ ବିନା ପ୍ରଭୁ
ତୁମ ବିନା ପ୍ରଭୁ
ତୁମ ବିନା ପ୍ରଭୁ ପୂରୁବ ଗଗନେ
ଉଏଁନି ରବି କିରଣ
ତୁମ ବିନା ପ୍ରଭୁ ବିହଙ୍ଗ ବାସରୁ
ଶୁଭେନି ମଧୁର ତାନ ।
ତୁମ ବିନା ପ୍ରଭୁ ପୁଷ୍ପର ମହକ
ମହକେନି ଚତୁର୍ଦ୍ଦିଗେ
ତୁମ ବିନା ପ୍ରଭୁ କୋକିଳର ସ୍ୱର
ମଧୁର କାହିଁ ଯେ ଲାଗେ ।
ତୁମ ବିନା ପ୍ରଭୁ ସାଗରେ ତରଙ୍ଗ
ନୃତ୍ୟ ଅବା କାହିଁ କରେ
ତୁମ ବିନା ପ୍ରଭୁ ପର୍ବତରୁ କାହିଁ
ଶୀତଳ ନିର୍ଝର ଝରେ ।
ତୁମ ବିନା ପ୍ରଭୁ ବାଦଲର ବିନ୍ଦୁ
ପଡେନି ଧରା ବୁକୁରେ
ତୁମ ବିନା ପ୍ରଭୁ ଚନ୍ଦ୍ରର ଜୋଛନା
ପ୍ରକାଶ ବା କାହିଁ କରେ ।
ତୁମ ବିନା ପ୍ରଭୁ ଭକ୍ତର ପ୍ରାର୍ଥନା
କିଏ ଅବା ନିତି ଶୁଣେ
ତୁମ ବିନା ପ୍ରଭୁ ଭକ୍ତର ଭାବନା
କିଏ ଅବା ଏଠି ଜାଣେ ।
