Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Romance Tragedy

4  

Lalita Mohan Dash

Romance Tragedy

ଦୀପାବଳୀ

ଦୀପାବଳୀ

1 min
305


 

ଦଶହରା ପରେ ଆସିଛି ଦୀପାବଳୀ ।

ଘରେ, ଦାଣ୍ଡ ଦୁଆରେ ଦୀପ ଦେବା ଜାଳି ।।

ଅନ୍ଧାର ଉପରେ ଆଲୋକର ବିଜୟ ।

ମା ଶ୍ୟାମାକାଳୀଙ୍କ ଠାରେ ରଖିବା ଲୟ ।।

ଜୟଯୁକ୍ତ ଶ୍ରୀରାମ ରାବଣକୁ ମାରି ।

ସୀତାଙ୍କ ସଙ୍ଗେ ଅଯୋଧ୍ୟା ଆସିଲେ ଫେରି ।।

ସ୍ୱାଗତ କଲେ ଦୀପ ଜାଳି ରାଜ୍ୟବାସୀ ।

ରାଜାଙ୍କ ପ୍ରତ୍ୟାବର୍ତ୍ତନେ ହୋଇଣ ଖୁସି ।।

ସାଗର ମନ୍ଥନରୁ ଲକ୍ଷ୍ମୀଙ୍କର ଜନ୍ମ ।

ଶ୍ରୀଵିଷ୍ଣୁଙ୍କ ସହିତ ବିବାହ ସମ୍ପନ୍ନ ।।

ଲକ୍ଷ୍ମୀଙ୍କ ସାଥେ ପୂଜିବା ଶ୍ରୀ ଗଣେଶଙ୍କୁ ।

ଲଭିବା ଏକସଙ୍ଗେ ସମ୍ପତ୍ତି ବିଦ୍ୟାକୁ ।।

ଜାଳିବା ଦୀପ ପିତୃପୁରୁଷଙ୍କ ନାମେ ।

ପ୍ରେତ ଲୋକରୁ ଗମିଵେ ମୁକ‌ତି ଧାମେ ।।

ଖିରି, ପୁରୀ, ମିଠା ଖାଇ ହେବା ଉଲ୍ଲାସ ।

ବାଣ , ରୋଷଣୀ ଜାଳି ହୋଇବା ହରଷ ।।

ଅଗ୍ନିରେ ଜଳି କୀଟ ପତଙ୍ଗ ଯିବେ ନାଶ ।

ଜୀବାଣୁମୁକ୍ତ ହେବ ଆମ ପରିବେଶ ।।

ସତର୍କତା ସହ ପାଳିବା ଦୀପାବଳୀ ।

ଦୁର୍ଘଟଣା ଠାରୁ ଥିବା ଦୂରରେ ରହି ।।

ଅଜ୍ଞାନ ଅନ୍ଧାର ମନୁ ଦେବା ଦୂରେଇ ।

ଜ୍ଞାନର ପ୍ରଦୀପ ହୃଦୟରେ ଜଳେଇ ।।



Rate this content
Log in

Similar oriya poem from Romance