STORYMIRROR

Pramit Mohapatra

Inspirational

2  

Pramit Mohapatra

Inspirational

ଦୀପାବଳି ଶୁଭକାମନା

ଦୀପାବଳି ଶୁଭକାମନା

1 min
13.3K


ଦୂରୁ ଶୁଭିଲାଣି ଶବଦ କାନକୁ

ଦୀପାବଳି ପାଖ ବୋଲି,

ପିଲାଏ ଫୁଟାନ୍ତି ଖୁସିରେ ଫୋଟକା

ଖୁସି ମନେ ଝୁଲି ଝୁଲି ।

ବୁଢାଙ୍କର ଚିନ୍ତା ଦୀପ ଦାନ ଲାଗି

ବରଷକେ ଭେଟ ଥରେ,

ପୂର୍ବଜ ଆସନ୍ତି ସ୍ଵର୍ଗରୁ ଓହ୍ଲାଇ

ପୂଣ୍ୟ ଏଇ ଉଆଁସରେ ।


ଭଳି ଭଳିକା ସେ ଦୀପରେ ଭାସୁଛି

ଆଜି ସହର ବଜାର,

ଦୀପଦାନ ଲାଗି ହୁଏ ସଜବାଜ

ପଲ୍ଲୀରୁ ନେଇ ସହର ।

ଅବା କାରିଗରୀ ଅବା ବାହାଦୁରି

ପିଲାଏ ହୋଇ ସେ ମେଳ,

ନିଜ ହାତେ ସେ ଫୋଟକା ପ୍ରସ୍ତୁତି

ଏଇ କି ଅଜବ ଖେଳ ।

ଫୋଟକା ଦୋକାନ ସତେ ଲାଗେ ହାଟ

ଉତ୍ସବରେ ମୁଖରିତ,

ଉତ୍ସବ ପାଳନ ହେଉ ସେ ଉଲ୍ଲାସେ

ଜାଗ୍ରତ ରହୁ ସେ ଚିତ୍ତ ।




ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in

Similar oriya poem from Inspirational