STORYMIRROR

Premananda Behera

Classics Inspirational

3  

Premananda Behera

Classics Inspirational

ଦୀନଜନ ବନ୍ଧୁ ଆହେ ଗୋପବନ୍ଧୁ

ଦୀନଜନ ବନ୍ଧୁ ଆହେ ଗୋପବନ୍ଧୁ

1 min
183

ତ୍ୟାଗ ତିତିକ୍ଷାର ଜୀବନ୍ତ ପ୍ରତୀକ 

ଓଡ଼ିଆ ଜାତିର ମଣି 

ଦୀନଜନ ବନ୍ଧୁ ଆହେ ଗୋପବନ୍ଧୁ

ପଣ୍ଡିତ ଉତ୍କଳମଣି ।।୧।।


ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ 

ଇତିହାସ ରଚିଗଲ

କେତେ କାବ୍ୟ କେତେ କାଳଜୟୀ ଲେଖା

କାଳବକ୍ଷେ ସୃଷ୍ଟି କଲ ।।୨।।


ସର୍ଜିଲ ସ୍ଵକରେ ବହୁ ଅନୁଷ୍ଠାନ

ପାଲଟିଲ ଅନୁଷ୍ଠାନ 

ସେବାରେ ଉତ୍ସର୍ଗ କରି ହୋଇଥିଲ

ସର୍ବଜନାଦୃତ ଜନ ।।୩।।


ସତ୍ୟବାଦୀ ବନ ବିଦ୍ୟାଳୟ ଗଢି

ମଣିଷ କଲ ତିଆରି

ଜାତୀୟ ଚେତନା ଜାତୀୟ ଭାବନା

ପ୍ରତି ହୃଦେ ଦେଲ ଭରି ।।୪।।


ସମାଜ ପ୍ରତିଷ୍ଠା ମାଧ୍ୟମେ ସାଜିଲ

ଭାଷା ସଂସ୍କୃତି ରକ୍ଷକ

ମାତୃଭୂମି ପ୍ରତି ତୁମ ନିଷ୍ଠାଭାବ

କଲା ଜୀବନ ସାର୍ଥକ ।।୫।।


ରାଷ୍ଟ୍ର ଗଠନ ଶିକ୍ଷାର ପ୍ରସାର 

ଅସ୍ପୃଶ୍ୟତା ନିବାରଣ 

ଭ୍ରୁକ୍ଷେପ ନ କରି ସବୁ ବାଧାବିଘ୍ନ

ଧନ୍ୟ ତୁମ ବଳିଦାନ ।।୬।।


ପର ଉପକାର ନିଷ୍ପେସିିତ ଦୁଃଖ

ପାଇଁ ମନ ବ୍ୟାକୁଳିତ

ଦେଶ ସ୍ବାଧୀନତା ସଂଗ୍ରାମରେ ରତ

ଉତ୍କଳର ଯୋଗ୍ୟସୁତ ।।୭।।


ଉଜ୍ଜ୍ୱଳ ଅଧ୍ୟାୟ ସତ୍ୟବାଦୀ ଯୁଗ 

ଲିପିବଦ୍ଧ ସ୍ଵର୍ଣ୍ଣାକ୍ଷର

ପାର୍ଥିବ ଶରୀର ମିଶିଲା ମାଟିରେ

ମଥାମଣି ଓଡ଼ିଆର ।।୮।।


ଦିଅ ଶୁଭାଶୀଷ ହେ ମହାପୁରୁଷ

ମନ ହେଉ ସମର୍ପିତ

ଦୁଃଖୀରଙ୍କି ସେବା କରି ଦିନ ଯାଉ

ମୋ ସାରା ଜୀବନତକ ।।୯।।


ଓଡ଼ିଆ ସାହିିତ୍ୟ ଓଡ଼ିଆ ସଂସ୍କୃତି 

ହେ ଅସ୍ମିତାର ପ୍ରତୀକ

ସାଧନାରେ ସିକ୍ତ ଜୀବନ ତୁମ୍ଭର 

ଘେନାକର ପ୍ରଣିପାତ ।।୧୦।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics