ସ୍ନେହମୟୀ ମାଆ
ସ୍ନେହମୟୀ ମାଆ
ସ୍ନେହମୟୀ ମାଆ ଆଗୋ ଜନ୍ମଦାତ୍ରୀ
ଜୀବ ଦେଇଛୁ ଶରୀରେ
ତୋର ସେହି ଋଣ ଶୁଝି ନ ପାରିବି
କୋଟି କୋଟି ଜନ୍ମପରେ ।।
ଦଶ ମାସ ଗର୍ଭେ ଧାରଣ କରି ତୁ
ପାଇଛୁ କେତେ କଷଣ
ଚାଲି ଶିଖାଇଛୁ ଭାଷା ପଢ଼ାଇଛୁ
ଭୁଲିବିନି ଆମରଣ ।।
ଝୁଣ୍ଟିଗଲେ କେବେ ଉଠାଇ ଦେଇଛୁ
ହାତକୁ ଧରି ମୋହର
ମୋ ଦୁଃଖରେ ତୋ' ଅମାନିଆଁ ଆଖି
ଝରାଏ ଲୁହର ଧାର ।।
ଅବସର ନାହିଁ ତୋହରି ଜୀବନେ
ଗୃହକର୍ମେ ଆଗଭର
ତୋ'ର ପରିଶ୍ରମେ ସୁଖ ବା
ଣ୍ଟିଦେଉ
ଘର କରୁ ସ୍ଵର୍ଗପୁର ।।
ନିଜ ପେଟ ଭୋକ ମାରିଦେଇ ଆଗ
ନିଭାଇଛୁ ଛୁଆ କ୍ଷୁଧା
ରୋଗରେ ପଡିଲେ ପାଖରେ ବସି ତୁ
ଦିନ ରାତି କରୁ ସେବା ।।
ତୋର ତ୍ୟାଗ ଫଳେ ଆଜି ମୁଁ ମଣିଷ
ସମାଜରେ ଗଣା ହୁଏ
ମୋହରି ରକ୍ତର ପ୍ରତିଟି କଣାରେ
ତୋ ସ୍ନେହ ଅମୃତ ବହେ ।।
ମମତା ପ୍ରତୀକ କରୁଣା ପ୍ରତିମା
ପ୍ରେମର ଅମୃତ ଝର
ମହିୟସୀ ହୀରା ସାରା ସଂସାରରେ
ଚରଣେ ପ୍ରଣତି ତୋର ।।