STORYMIRROR

Premananda Behera

Inspirational

4  

Premananda Behera

Inspirational

ଓଡ଼ିଆ ଘରର ନାରୀ

ଓଡ଼ିଆ ଘରର ନାରୀ

1 min
23.1K

ଯୁଗେ ଯୁଗେ ନାରୀ ଶକ୍ତି ସ୍ଵରୂପିଣୀ

ଦୁର୍ଗା ଅବା ନାରାୟଣୀ

ସୃଷ୍ଟି ଘୋର ଘନ ତମସା ହାରିଣୀ

ଶୁଭ ମଙ୍ଗଳ କାରିଣୀ ।।୧।।


ଓଡିଶା ବକ୍ଷରେ ଆମ ସଂସ୍କୃତିରେ

ନାରୀ ଭୂମିକା ମହାନ

ସେ ତ ପୂଜନୀୟା ଅଟେ ବନ୍ଦନୀୟା

ଦେବତା ଦ୍ୟନ୍ତି ସମ୍ମାନ ।।୨।।


ଜନନୀ ଅଟଇ ସରଗଠୁଁ ବଳି

ସୃଷ୍ଟିର ସର୍ଜନା କର୍ତ୍ତ୍ରୀ

ଦଶମାସ ଗର୍ଭେ ଧାରଣ କରଇ

ମହୀୟଶୀ ଜନ୍ମଦାତ୍ରୀ ।।୩।।


ଜାୟା ପ୍ରେମମୟୀ ସ୍ବାମୀଙ୍କ ସେବାରେ

ଢାଳିଦିଏ ମନପ୍ରାଣ

ଶାଶୁ ଶ୍ଵଶୁରଙ୍କ ଆଦେଶ ପାଳନେ

ତତ୍ପର ହୁଏ ବହନ ।।୪।।


ଦୁଇକୁଳ ହିତ କରେ ସେ ଦୁହିତା

ସାର୍ଥକ କରଇ ନାମ

ସକାଳରୁ ସଞ୍ଜ ଥକିପଡ଼େ ନାହିଁ

ନିଭାଏ ଗୃହିଣୀ ଧର୍ମ ।।୫।।


ଅତି ଅଲିଅଳି ଭଗିନୀ ଦୁଲାଳୀ

ସ୍ନେହ ଭାବ ପରଶଇ

ଭାଇର ଅଶେଷ ମଙ୍ଗଳ ମନାସି

ଓଷା ବ୍ରତ କରିଥାଇ ।।୬।।


ନାରୀ ଆଦିଶକ୍ତି ଅଟେ ଯୋଗମାୟା

ବାତ୍ସଲ୍ୟର ଗନ୍ତାଘର

ପ୍ରେରଣା ଦାୟିନୀ ସଂସ୍କାର ଭୂଷିତା

କୁଳଲକ୍ଷ୍ମୀ ଉତ୍କଳର ।। ୭।।


ଓଡ଼ିଆ ଘରର ନାରୀ ତ ପ୍ରତୀକ

ସ୍ନେହ ଶ୍ରଦ୍ଧା ମମତାର

ନିଜ ଦୁଃଖ ଭୁଲି ସୁଖ ବାଣ୍ଟିଥାଏ

ନ ହୋଇ ତିଳେ ଅଧିର ।।୮।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational