STORYMIRROR

Premananda Behera

Inspirational

4  

Premananda Behera

Inspirational

ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା

1 min
23.2K

ଜ୍ୟେଷ୍ଠ ଶୁକ୍ଳପକ୍ଷ   ପୂର୍ଣ୍ଣିମା ତିଥିରେ

ନେଇଥିଲ ପ୍ରଭୁ ଜନ୍ମ

ପ୍ରତିଷ୍ଠା ପୂର୍ବରୁ ଆୟୋଜନ କଲେ

ଦେବସ୍ନାନ ଇନ୍ଦ୍ରଦ୍ୟୁମ୍ନ


ସକଳ ତୀର୍ଥର ଜଳ ପ୍ରବେଶନ୍ତି

ସୂବର୍ଣ୍ଣ କୂପେ ଆସିଣ

ସେହିଦିନ ପରେ ସବୁତୀର୍ଥ ଜ

ହୋଇଥାଏ ଅନ୍ତର୍ଦ୍ଧାନ


ଶହେ ଆଠ ଗରା ଜଳ କଢ଼ାହୁଏ

ଗାଧୋଇବେ ଜୀଉମାନ

ମନ୍ତ୍ରିତ କରିଣ ଜଳରେ ମିଶାନ୍ତି

ସୁଗନ୍ଧିତ ଦ୍ରବ୍ୟମାନ


ପ୍ରଣୀତା କୂପରୁ ଆସିଥିବା ଜଳେ

ପ୍ରଭୁ କରନ୍ତି ଯେ ସ୍ନାନ

ସୁସଜ୍ଜିତ ହୋଇ ସୁନ୍ଦର ଦିଶନ୍ତି

ଗଜବେଶେ ଚକାନନ


ସ୍ନାନ ଉତ୍ସବରେ ଦର୍ଶନ କରନ୍ତି

ଯେଉଁ ଭାଗ୍ୟବାନ ଜନ

ଏହି ଜନମରେ ଲଭିଥାନ୍ତି ସେହୁ

କୋଟି କୋଟି ଜନ୍ମ ପୂଣ୍ୟ


ଜଗତ ଠାକୁର ପରମ ଈଶ୍ଵର

ଧନ୍ୟ ତୋ ମହିମା ଧନ୍ୟ

ଲଗେଇ ଦେ ଡୋରୀ ଯିବି ମୁହିଁ ପୁରୀ

ଦେଖିବିରେ ଦେବସ୍ନାନ


ଦେଖିବି ନୟନେ ଚତୁର୍ଦ୍ଧା ମୁରତି

ଭକ୍ତି ଭାବେ ଭୋଳ ହେବି

ଇହ ଜନମର ପାପ ଧୋଇଯିବ

ମୁକ୍ତିର ମାର୍ଗ ପାଇବି


Rate this content
Log in

Similar oriya poem from Inspirational