STORYMIRROR

Rabi Pradhan

Inspirational Others

3  

Rabi Pradhan

Inspirational Others

ନିରାପଦ ବିଦ୍ୟାଳୟ

ନିରାପଦ ବିଦ୍ୟାଳୟ

1 min
14.5K


ଶୁଣ ସଭାଜନେ ବୁଝାଇ କହୁଛୁ

ବିଦ୍ୟାଳୟ ନିରାପତ୍ତା,

ହେତୁ ରଖିଥିବ ମନସୂତ୍ରେ ଗୁନ୍ଥି

ଜାଣିବ ଶୁଭ ବାରତା ।୧।

ମୁକ୍ତ ବାୟୁ ଚଳାଚଳ ହେବା ପାଇଁ

ଭଲ ଘର ହୋଇଥିବ,

ସଫା ଘରେ ଭଲ ପାଠ ପଢାହେବ

ମନରେ ଆଗ୍ରହ ଥିବ ।୨।

ସଫା ଶୌଚାଳୟ ବ୍ୟବହାର କରି

ନିରୋଗ ରହିବା ଜାଣ,

ଖାଇବା ପୂର୍ବରୁ ହାତ ସଫା କରି

ସୁଷମ ଖାଦ୍ୟ ଭକ୍ଷଣ ।୩।

ସଫା ପୋଷାକରେ ବିଦ୍ୟାଳୟ ଯିବା

ବିଦ୍ୟାଳୟ ଆମ ମିତ,

ଚାରିପାଖ ସଫା ନିହାତି ରଖିବା

ତାହା ଆମ ପାଇଁ ହିତ ।୪।

ବିଦ୍ୟାଳୟ ପରି ନିରାପଦ ସ୍ଥାନ

ଆଉ ଖୋଜିଲେ ନ ମିଳେ,

ପାଠ ପଢା ଭଲ ଏଠାରେ ହୁଅଇ

ଖେଳୁ ସାଙ୍ଗସାଥି ମେଳେ ।୫।

ସଫା ପରିବେଶ ନିରୋଗ ଜୀବନ

ଏକଥା ବୁଝାଇ ଦେଉ,

ସଭିଙ୍କ ହିତରେ ମିଳିମିଶି ଆମେ

ଆନନ୍ଦେ ଏ ଗୀତ ଗାଉ ।୬।

କବି-ରବି ପ୍ରଧାନ,ବାଣପୁର,ଖୋରଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational