STORYMIRROR

Premananda Behera

Inspirational

4  

Premananda Behera

Inspirational

ବଞ୍ଚିବାର ପ୍ରତିଶ୍ରୁତି

ବଞ୍ଚିବାର ପ୍ରତିଶ୍ରୁତି

1 min
69

ସବୁଜ ପୃଥିବୀ ଅରଣ୍ୟ ଶୋଭିତା

ପ୍ରକୃତିର ଗନ୍ତାଘର

କେତେ ଯେ ସମ୍ପଦ ସାଇତି ରଖିଛି

ମନଲୋଭା ତା' ଭଣ୍ଡାର ।।


ଜ୍ଞାନକୌଶଳରେ ମନୁଷ୍ୟ ସମ୍ବଳ

କରୁଅଛି ଆହରଣ

ଅତ୍ୟଧିକ ଲୋଭେ ସ୍ଵାର୍ଥପର ସାଜି

ବିନାଶ କରେ ଅରଣ୍ୟ ।।


ଯା' ଫଳ ସ୍ଵରୂପେ ଏ ସାରା ବିଶ୍ବରେ

ଜଙ୍ଗଲ ଭୂମି କମୁଛି

ନାନା ସମସ୍ୟାକୁ ଆମନ୍ତ୍ରଣ କରି

କୁପରିଣାମ ଭୋଗୁଛି ।।


ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବିନା ବିଚାରରେ

କରନ୍ତି ବୃକ୍ଷଚ୍ଛେଦନ

ପ୍ରକୃତି ରୁଷିଛି ବାସ୍ତବରେ ହୃଦେ

ଭରିଅଛି ଅଭିମାନ ।।


ଅଦିନିଆ ବର୍ଷା ଗ୍ରୀଷ୍ମତାପ ବୃଦ୍ଧି

ଅନିଶ୍ଚିତ ଏ ଜୀବନ

ମାନବୀୟ କାର୍ଯ୍ୟ ନଷ୍ଟ କରୁଅଛି

ପରିବେଶ ସନ୍ତୁଳନ ।।


ଅରଣ୍ୟ ନିଃସ୍ବାର୍ଥେ ଦେଉଛି ଜଗତେ

ବହୁବିଧ ଉପାଦାନ

ତାର ବହୁମୂଲ୍ୟ ବୁଝିବା ସମସ୍ତେ

ହୋଇଯିବା ସଚେତନ ।।


ସବୁଜ ବଳୟ ସର୍ଜନା କରିବା

ପାଳି ସମାଜ ନିୟମ

ସ୍ଵପ୍ନର ପୃଥିବୀ ଗଠନ ହୋଇବ

କରିବା ବୃକ୍ଷରୋପଣ ।।


ଅନୁରୋଧ ମୋର ହେ ପ୍ରିୟ ଜନତା

ସମ୍ମିଳିତ ହୁଅ ସର୍ବେ

ତୁମରି କର୍ମରେ ଏ ଧରା ହସିବ

ବଞ୍ଚିବା ମରତେ ଗର୍ବେ ।।


ବୃକ୍ଷଦେବତାର ଉପାସନା କରି

ସୁରକ୍ଷିତ ହେବ ଜାତି

ମାନବେ ମିଳିବ ପ୍ରକୃତି ପାଖରୁ

ବଞ୍ଚିବାର ପ୍ରତିଶ୍ରୁତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational