STORYMIRROR

Ghanashyam Mahanta

Classics

3  

Ghanashyam Mahanta

Classics

ଦେଶ

ଦେଶ

1 min
173

ଝିଅ ପଚାରିଲା, କୁହନା ବାପା

ଦେଶ ବୋଇଲେ କ'ଣ ?

ହାଁ କରି ଚାହିଁଲି ତା ମୁହଁକୁ

ନିରୀହ ଚାହାଣୀ ତଳେ ଚକ୍ ଚକ୍

ତା ଦୁଇ ଆଖିର ଡୋଳାକୁ

କେମିତି ବୁଝେଇବି ଯେ

ଦେଶ କହିଲେ କେବଳ ମାତ୍ର ଭୂଖଣ୍ଡଟିଏ ନୁ‌ହଁ

ଏକ ଅନୁରାଗ ଵୋଳା ଶୀତଳ ଆଶ୍ଳେଷ

ଆପଣା ପଣର ଉଷୁମ ପରଶ

ମାଆର ଅଭୟ କୋଳ ମାଆଠୁଁ ମହାନ

ଜୀବନ ଗୀତର ସ୍ବର ଛାତିର ସ୍ପନ୍ଦନ

ମିଠା ମିଠା କୁହୁତାନ ନାକ ତଳର ପବନ ।


ଦେଶ କହିଲେ ଗୋଟେ ପରିଚୟ

ଗୋଟେ ସୁରକ୍ଷା ବଳୟ

ଗୋଟେ ବିଶ୍ୱାସ ଗୋଟେ ଆତ୍ମୀୟତା ପଣ

ପ୍ରେମ ପ୍ରୀତିଭରା ଗୋଟେ ପବିତ୍ର ବନ୍ଧନ

ତା' ଧୂଳି ମାଟି ମହ ମହ ଅଗୁରୁ ଚନ୍ଦନ

ଫୁଲ ସବୁ ସରଗର ଦିବ୍ୟ ପାରିଜାତ

 ଦେଶ ମୋର ସରଗଠୁଁ ଆହୁରି ମହାନ

ଦେଶ ମୋର ଦୁନିଆଁର ଶ୍ରେଷ୍ଠ ପୁଣ୍ୟଧାମ ।


ଲହୁ ଓ ଲୁହରେ ଗଢା ମୋ ଦେଶର ମାଟି

ତା ନାମ ଧରିଲେ ପବିତ୍ର ହୋଇଯାଏ ପାଟି

କେତେ କେତେ ଏଇମିତି ମିଠା ମିଠା ପଣ

ଜୀବନକୁ ପୂର୍ଣ୍ଣକରେ ତା ପାଣି ପବନ

ଫଗୁଣର ଛୁଆଁ ସେତ ମଳୟ ପବନ

ଜୀବନ ହୋଇବ ଧନ୍ୟ

ଗାଉଥିଲେ ତୁଣ୍ଡେ ନିତି ଦେଶ ଜୟଗାନ ।


ତୁମେ ଭଲପାଅ କି ତା ଦେହରେ 

ବୁଣୁଥାଅ ବିଦ୍ୱେଷର ବିଷ ମଞ୍ଜି

କିଛି ଫରକ୍ ପଡେନା ତାକୁ

ତା' ଅଭୟ ହାତ ସବୁବେଳେ ଥାଏ

ତୁମ ମଥା ପରେ ଆଶିଷ ମୁଦ୍ରାରେ

ସେଇଥି ପାଇଁ ତ ସେ ମାତୃଭୂମି

ନିଜ ଜନନୀଠୁଁ ବଡ଼ ଆଉ ଗୋଟେ ଜନନୀ ।


ଏତେ କଥା ବୁଝେଇ ପାରିଲିନି ଝିଅକୁ

ନଅ ତାଳ ପାଣି ଭିତରେ ସାତ ତାଳ ପଙ୍କ

ତା ଭିତରେ ସୁନାର ଫରୁଆ

ସେଇ ସୁନାର ଫରୁଆ ଭିତରେ

ବୁଢ଼ୀ ଅସୁରୁଣୀର ଜୀବନ

କୋଉ ହେଲେ ସେ ବୁଝନ୍ତା କି

ଏତେ ଗହନ କଥା

ଏଇ ଏଇ ଗାଁ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା

ସରଳିଆ ନିରୀହା ନାକ କାନ୍ଦୁରୀ ଝିଅ

ଓଲଟି ଝିଙ୍କାସିଲି ତାକୁ ମିଛ ରାଗରେ

କଥାଟା ବାଆଁରେଇ ଦେବାକୁ

"କି ପାଠ ପଢ଼ୁଛୁ କହ

ଏତେ ବଡ଼ ହେଲୁଣି; ଜାଣିନୁ

ଦେଶ କହିଲେ କ'ଣ ।


ରୋଷେଇ ଘରୁ ବାହାରି ଆସିଲେ ଶ୍ରୀମତୀ

କହିଲେ ଝିଅର ମୁଣ୍ଡ ଆଉଁସି

"ଝିଅ କଥା ଛାଡ଼ ମ

ଜାଣିନି ତ ଜାଣିନି କଣ ହେଲା ସେଇଠୁଁ

କେଡେ କେଡେ ଲୋକଙ୍କୁ ପରା ଜଣାନାହିଁ

ଦେଶ ବୋଇଲେ କ'ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ghanashyam Mahanta

ଦେଶ

ଦେଶ

1 min ପଢ଼ନ୍ତୁ

ଝିଅ

ଝିଅ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ

Similar oriya poem from Classics