Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Mahanta

Inspirational

3  

Ghanashyam Mahanta

Inspirational

ମା'

ମା'

1 min
275


ବୁଢିଆଣୀ ଜାଲ ବୁଣିଲାପରି

କେତେ ସପନ ବୁଣିଥିଲା

ମୋ ଲାଗି, ମୋ ମାଆ

ଅଜାଡି ଦେଇଥିଲା ତାର

ନେନ୍ଥା ନେନ୍ଥା ସୋହାଗ ।

ସାଇତି ରଖୁଥିଲା ଗଛରୁ ତୋଳିଆଣି

ଦରପାଚିଲା ଆତ, ପିଜୁଳି, ବରକୋଳି

ସବୁ ଦୃଷ୍ଟାମୀକୁ ହଜମ କରିଦେଇ

ଅଝଟିଆ ଦେହ ହାତ ମୁଣ୍ଡରୁ

ଝାଡିଦେଉଥିଲା ଧୂଳିବାଲି ।

ସବୁ କୁଦୃଷ୍ଟିକୁ ଆଡେଇ ଦେବାକୁ

କେଉଁ ଗୁଣିଆଠୁଁ ଆଣି

ଗଳାରେ ବାନ୍ଧୁଥିଲା ତାବିଜ

ଆଖି ଲୁହ ପିଇଦେଇ ଚିରାପପଣତ

ଘୋଡିହୋଇ ମୋତେ ବାଣ୍ଟୁଥିଲା ମଉଜ ।

ଯେତେଯାହା କଲେବି ତଥାପି

ବୁଝୁ ନ ଥିଲା ତା’ର ମନ

ବେଳେବେଳେ ଲାଗୁଥିଲା

ଝଡ ବିଧ୍ବସ୍ତ ପୃଥିବୀ, ଶୀର୍ଣ୍ଣ, ବିବର୍ଣ୍ଣ

ରହୁଥିଲା ବଡ ଉଦାସ,ବିଷର୍ଣ୍ଣ

କହୁଥିଲା ତୋଳିଦେବି ସରଗର ସୁନାଚାନ୍ଦ

ଗୋଟିଗୋଟି ତାରା ଫୁଲ ଆକାଶ କୁସୁମ

କେଉଁ ଘୋଡା ଆଣିଦେବି କହ

ପକ୍ଷୀରାଜ ନା’ ମନପବନ ?


Rate this content
Log in