STORYMIRROR

Ghanashyam Mahanta

Abstract Others

3  

Ghanashyam Mahanta

Abstract Others

ଝିଅ

ଝିଅ

1 min
321

ଧୂଳି ଖେଳ ସରୁ ନ ସରୁଣୁ

ଖସିପଡେ ସଂସାରର ବୋଝ

ମୁଣ୍ଡରେ, କାନ୍ଧରେ

ଗୋଡରେ ବାନ୍ଧିଦିଆଯାଏ ଶିକୁଳି

ହାତରେ ଧରେଇଦେଇ

ସଂସାରର ଲମ୍ବା ଫର୍ଦ୍ଦ

 କୁହାଯାଏ ଏଇଟା କରିବୁ

ସେଇଟା କରିବୁନି

ଏଇ ବାଟେ ଯିବୁ

ସେଇ ବାଟେ ଯିବୁନି

ଦୁନିଆଁ ଯାକର ଅର୍ଗଳି

ତା ପାଇଁ ଖଞ୍ଜା

ଆଗରେ ପଛରେ

ବାଁ ଡାହାଣରେ ।

ଏରୁଣ୍ଡି ବଂଧ ସେପଟେ

ବଂଧା ତମାମ୍ ଆୟୁଷ

ଏପଟକୁ ବଢେଇଲେ ପାଦ

ପଡିବ କବାଟ ଫେରିବା

ରାସ୍ ତାରେ ।

ଫୁଲପରି ନରମ

ଦେହରେ ମନରେ

ମହଣ ମହଣ ଭାର

ଦେହ ତାର ପାରେନି

ସଳଖି

ପିଛିଳ ରାସ୍ତାରେ କେବେ

ଖସିଯିବ ପାଦ

ଚାହିଁଥାଏ କେତେ

ଛଞ୍ଚାଣ ଆଖି

ଧୂଳିରୁ ମାଟିରୁ ସାଉଁଟି ଆଣି

ଛିଣ୍ଡା ସମୟ

ଅଛିଣ୍ଡା ଗଣିତ ଭଳି ଯୁଝୁଥାଏ

ବାରମ୍ବାର ବାରମ୍ବାର

ସଂସାର ମାୟାରେ

ଲହୁଲୁହ ଏକାକାର କରି

ପିଉଥାଏ

ନୀଳକଣ୍ଠ ପରାୟେ

ସଂସାରକୁ କରିବାକୁ

ଅମୃତମୟ

କେଜାଣି କାହା ଇଙ୍ଗିତରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ghanashyam Mahanta

ଦେଶ

ଦେଶ

1 min ପଢ଼ନ୍ତୁ

ଝିଅ

ଝିଅ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ

Similar oriya poem from Abstract