କବିତା - ଡ଼ହଳ ବିକଳ ସକାଳ
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୩-୨୦୨୫
କହିଲୁ ବଉଳ
ଆଜିର ସକାଳ
ମାର୍ଚ୍ଚ ଷେହଳ ସକାଳ
ହୋଲି ବାସି ସକାଳ
କାହିଁ ଡହଳ ବିକଳ
ଅନ୍ୟ ସକାଳଠୁଁ କାହିଁ
ଦିଶୁଛି କରାଳ ଶିରାଳ
ଅଲଗା ଅଲଗା ଦିଶେ
କାହିଁକି କେଜାଣି
ଅରୁଣ ବାଳାରୁଣ
ମୁଁହ ଫେରେଇଲେଣି
ଟାଆଁସିଆ ଖରା
ଗୁଳୁଗୁଳି ଆରମ୍ଭିଲେଣି
ମୃଦୁ ମଳୟ କାହିଁ
ରାଗି ପିଉଷା ପରି ତାତିଲେଣି
ଲାଗୁଛି ଋତ୍ୟନ୍ତେ
ଦାଦନରୁ ଫେରିଛି ବିରହୀ ପ୍ରୀୟତମ
ଗାଁ ଦାଣ୍ଡ ଗୋହିରୀ ପିଣ୍ଡାରୁ
ଅଗଣା ବାରଣ୍ଡା ଉପାନ୍ତରୁ
ରାଗରେ ଅଗ୍ନୀଶର୍ମା ତମତମ ଗଗଗମ
ଭାବିଥିବ ଅସରନ୍ତି କାମନା ବାସନା
ଦେଖିବ ପ୍ରାଚୀ ପ୍ରୀୟାକୁ କୁନ୍ଦ ବସନା
ଫୋନ କଥାରେ କି
ମନ ତଳର ବ୍ୟଥା ଅବସାଦ ଲୁଚେନା
ମ୍ୟାସେଜ୍ ଇମୋଜି କି
ଚର୍ମ ତଳର କଳ୍ପନା ବିଳାସ ସରେନା
ଭିଡିଓ କଲ୍ କି
ଦେହ ଦେହଳୀର ବେପଥୁ ମେଣ୍ଟି ପାରେନା
ଭାବୁଛି ବର୍ଷାନ୍ତେ
ବରଂ ବେଶି ଦଗ୍ଧ ବିଧଗ୍ଧ କରି ଜଳାଏ
ପ୍ରତୀକ୍ଷାର ବ୍ୟାକୁଳତା ମାରି ଗୋଡ଼ାଏ
ତୃଷାର୍ତ୍ତ କ୍ଷୁଧାର୍ତ୍ତ ଶରୀର କାମାନ୍ଧ କରାଏ
ମଧୁଚନ୍ଦ୍ରିକା ଡେରି ଦେଖି ରାଗି କମ୍ପାଏ
ହାଏ ରେ ସକାଳ
ତୁ ଏ କି କଲୁ
ଦୁଇ ଆତ୍ମାର ମିଳନରେ ବିଘ୍ନ ସାଜିଲୁ
ଦୁଇ ମନ ମୟୁଖରେ ଝାଳ ବୁହେଇଲୁ
ରୁଦ୍ର ଦୁର୍ବାସା ପରି ରାଗିଲୁ ଅଭିଶାପିଲୁ
ଅଭିଶପ୍ତ ଗନ୍ଧର୍ବ ପରି
ଅନଭିଜ୍ଞ ପୁଙ୍ଗବ ପରି
ଅନବଦ୍ୟ କ୍ରୋଧାନ୍ଧ ପରି
ସୁନା ସକାଳକୁ ଚୂନା କରିଦେଲୁ
ତତଲା ଝାଞ୍ଜିରେ ତତେଇଦେଲୁ ।