STORYMIRROR

Chinmaya Kumar Nayak

Tragedy Others

3  

Chinmaya Kumar Nayak

Tragedy Others

ଦାନ ମାଝୀ

ଦାନ ମାଝୀ

1 min
159

ଗୋଟିଏ ନୁହେଁ କୋଟିଏ 

ଦାନ ମାଝୀ ଏଠି ଲକ୍ଷ ଲକ୍ଷ ସଂଖ୍ୟାରେ

ରାଜ୍ୟର କେଉଁ ଅମଡ଼ା ବାଟରେ

ପଡ଼ି ପଡ଼ି ଯା'ନ୍ତି ହଜି,

ପହଞ୍ଚି ପାରେନା ଅଭାବୀର ସ୍ୱର

ରାଜ ଦରବାର ଯାଏ

ସରକାର ଗର୍ବେ ଫୁଲାନ୍ତି ଛାତି

ବିକାଶର ମରୀଚିକା ଦେଖାଇ

ଗରିବଟେ କିନ୍ତୁ ରହିଥାଏ ସେଇ ଗରିବ ସାଜି।


ଦାନ ମାଝୀ ବୋଲି ଗୋଟିଏ ଚେହେରା

ପରିଚିତ ହେଲା ଦିନେ

ପଲ୍ଲୀଠାରୁ ଦିଲ୍ଲୀ ଯାଏ,

ଗଣମାଧ୍ୟମଠୁ ରାଜନେତା ଯାଏ

ସ୍ବେଛାସେବୀଠାରୁ ବୁଦ୍ଧିଜୀବୀ ଯାଏ

ନକଲି କ୍ରନ୍ଦନେ ଧୋଇଦେଲେ ନାଲି ମାଟି

ନିଜକୁ କରିବାକୁ ପରିଚିତ ସର୍ବେ

ବଢ଼ି ଆସିଲା ଅନେକ ଦୟାର ହସ୍ତ

ଅବଶ୍ୟ କିଛିଦିନ ପାଇଁ

ଘରେ ବସି ବସି ମାଝୀର ପୁରିଲା ପେଟ

ନିଜ ପ୍ରତିଷ୍ଠାକୁ ପ୍ରତିଷ୍ଠା କରି ଫେରିଗଲେ ପୁଣି

ଦୟାବନ୍ତ ବାବୁମାନେ

ମାଝି ରହିଲା ତା ଭାଗ୍ୟକୁ ଆଦରି

ତା କୁଡ଼ିଆର ବାରଣ୍ଡାରେ।


ଏମିତି ତାପରେ ବହୁ ଦାନ ମାଝୀ

ଝରିଯାଏ କେଉଁ ଅଦେଖା ରାଇଜେ ସିନା,

ଦେଖି ନଦେଖି ସେ ଦୟାବନ୍ତ ଆଖି

ବାଟ ପାଏ ନାହିଁ ସେ ମାଟିରାସ୍ତାର ଠିକଣା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy