STORYMIRROR

Dileswari Mehar

Inspirational Others

3  

Dileswari Mehar

Inspirational Others

ଦାଦନ

ଦାଦନ

1 min
208

  

କି ଲାଭରେ ପାଠ ପଢିକରି

ଖାଉଛ ଯେବେ ଦାଦନ କରି

କାହିଁକି ଡିଗ୍ରୀ ହାସଲ କଲ

ପଢ଼ିଥିଲେ ବି ରାଜ୍ୟ ଛାଡି ଗଲ

ବେରୋଜଗାରୀ ବଢି ଚାଲିଛି

ପର ରାଜ୍ୟେ ଯାଇ ଘର କରିଛି

ଦଶ ଵର୍ଷେ ଛୁଆ ଦାଦନ ଖଟୁଛି

କୋଡ଼ିଏ ଟଙ୍କାରେ ଘର ପୋଷୁଛି

ଅନ୍ୟ ରାଜ୍ୟରେ ଯାଇ ଦାଦନ କଲେ

ନିଜ ସରକାର ନିନ୍ଦାରେ ଗଲେ

ଭାତ ମୁଠାଏ ପାଇଁ କେତେ ଖଟୁଛି

ଛୁଆର ଦୁଃଖେ ମାଆ ଛାତି ପିଟୁଛି

ବନ୍ଦ କର ଏହି ବେକାରୀ ସମସ୍ୟାକୁ

କାମ ଦିଅ ଦେଖି ଯୋଗ୍ୟତାକୁ

ନିଜ ରାଜ୍ୟେ ରହି ଉନ୍ନତି କରନ୍ତୁ

ପରିଶ୍ରମ କରି ଘରେ ରହନ୍ତୁ l

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational