Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

3  

Satyabati Swain

Tragedy

ଚଣ୍ଡାଶୋକ

ଚଣ୍ଡାଶୋକ

1 min
141


ଲଢ଼ି ପାରିଲାନି ବଞ୍ଚିପାରିଲାନି

ବଞ୍ଚାଇ ଦେଲାନି ଏଇ ଦୁନିଆଁ

ନିନ୍ଦା ଅପବାଦ ନ୍ୟାୟ ନ ପାଇକି

କଅଁଳ ଜୀବନ ହିନିମାନିଆ।


କିଏସେ ବଞ୍ଚିବ ହସିବ ବୋଲି

ଆହୁତି ହୋଇଲା ତାର ଜୀବନ

କିଏସେ ଏମିତ ଏତେ ପାରିବାର

ପଇସା କ୍ଷମତା ଦେଲା ମରଣ।।


ଚାପ କିଆଁ ଏତେ ଦିଆଗଲା ତାକୁ

ବାରମ୍ବାର ଦମକ ବୟାନ ବଦଳା

ଶାରୀରିକ ମାନସିକ ଯେତେ ନିର୍ଯାତନା

ପାଗଳ ହୋଇଛି ପ୍ରଚାର ହେଲା।।


ଦୋଷ ନ ଥାଇକି ମହା ଦୋଷୀ କରି

ଶାସନ ପ୍ରଶାସନ ତାକୁ ବାଧ୍ୟ କଲା

ଘର ଲୋକଙ୍କୁ ତା ନାକେଦମ କରି

ଶେଷେ ଆତ୍ମହତ୍ୟା କରିକି ଛାଡିଲା।।


ଏଇ ଆମ ଗଣତନ୍ତ୍ର ଆମ ସ୍ୱାଧୀନତା

ଜୀବନ ଅମୁଲ୍ୟ ନୁହେଁ ଏଠି କାହାର

ଅର୍ଥ କ୍ଷମତା ପ୍ରଭୁତ୍ୱ କରେ ରାଜୁତି

ପାଶବିକ ତୃଷ୍ଣା କରେ ଥର ହର।।


ଝିଅ ଜନ୍ମ ନେଇ ସବୁ ଦୋଷ ତୋର

ମା ପେଟରୁ ମରିବୁ ଯଦିବା ଜନ୍ମ ନେବୁ

କୁକୁର ଖାଇବ ନଲେ ପୋତା ହେବୁ

ସେଠୁଁ ଉଧରିଲେ ଧର୍ଷିତା ହୋଇବୁ।।


ବିରୋଧୀ କରିବେ କିଛି ହୋ ହାଲ୍ଲା

ବଢିଆ ଜମିବ ରାଜନୀତି ପାଲା

ସଂସାରୁ ଅବେଳେ ଯେ ବାହୁଡ଼ିଲା

ଫେରି ଆସି ହସିବକି ପୁଣି ଭଲା।।


ହେ ଅବିବେକୀ ପଷାଣ୍ଡ ବର୍ବର

ଫେରାଇ ଦିଅ ଆମ କୁନ୍ଦୁଲି,ବେବିନା

ଗର୍ଭବତୀ କର କଅଁଳ କଢ଼ିକୁ

ମଣିଷ ନୁହେଁ ତୁମେ ଚଣ୍ଡାଶୋକ ସିନା।।



*ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*


Rate this content
Log in

Similar oriya poem from Tragedy