Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Abstract Tragedy

4  

Panchanan Jena

Abstract Tragedy

ଚିତ୍ର-ଚରିତ୍ର

ଚିତ୍ର-ଚରିତ୍ର

1 min
288


ଗାଁକୁ ଖରାଛୁଟିରେ ଗଲେ

ଲମ୍ବା ଦୁଇ ମାସ ରହିଲେ

ବେଳେ ବେଳେ ଏମିତି ସେମିତି ଗଲେ

 ବାହାଘର -ବ୍ରତଘର-ଶୁଦ୍ଧଘର

ବନ୍ଧୁମିଳନ - ବିଦ୍ୟାଳୟ ରଜତ ଜୟନ୍ତୀ 

ସମାରୋହ ପାଇଁ ଗାଁ ରେ ପାଦ ପଡିଲେ

ଆସୁଛୁ କି ? 

ସମସ୍ତେ ପଚାରିବେ

କେତେଦିନ ରହିବୁ କି ?

ହସହସ କଥା ହେବେ

ଆହୁରି କେତେ ଆପଣାର 

ଦୁଃଖ ସୁଖ ବଖାଣିବେ

ପାଖରେ ବସିବେ

ଘରକୁ ଆସିବେ

ମୋତେ ଲାଗେ

ମୁଁ ତାଙ୍କ ଭିତରେ ବଂଚିଛି ।


କେତେ ମାସ ଗାଁ କୁ ନ ଗଲେ

ପୂଜା ପାର୍ବଣରେ ଚାନ୍ଦା ନ ଦେଲେ

ପାଠ ପଢିବା ପାଇଁ କିଛି ସାହାର୍ଯ୍ୟ ନ କଲେ

ଡାକ୍ତରଖାନା ପାଇଁ ରକ୍ତ ବ୍ୟବସ୍ଥା ନ କଲେ

ପ୍ରକାଶ୍ୟରେ ବା ଅଦୃଶ୍ୟରେ

ପରୋକ୍ଷରେ ବା ପ୍ରତ୍ୟକ୍ଷ ଭାବରେ

ସଂକ୍ଷେପରେ କିଛି ସାହାଯ୍ୟ ନ କଲେ

ମୋତେ ଲାଗେ

ମୁଁ ତାଙ୍କ ପାଇଁ ମରିସାରିଛି ।


ଜୀବନର ବର୍ଣ୍ଣବୋଧ

ଲାଗେ ବେଳେ ବେଳେ ଅବୋଧ୍ୟ

ସମୟର ମନବୋଧ

ଚୁପି ଚୁପି କହିଯାଏ 

ଲୋକ ଚିତ୍ର ଚରିତ୍ର ବୁଝିବା ଅସାଧ୍ୟ ।।


Rate this content
Log in

Similar oriya poem from Abstract