STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଚାରିକାନ୍ଥର ଭବନ

ଚାରିକାନ୍ଥର ଭବନ

1 min
338

ଚାରିକାନ୍ଥର ଭବନ 

ଚାରିଦିନର ଜୀବନ


ମୁଠେଇ ଧରିଥା ଆଞ୍ଜୁଳାଏ ସପନ

ବୋଉର ଅତୁଲ୍ୟ ସରଧା ସ୍ନେହ

ଶୌଶବର କୋମଳ ସ୍ୱତନ୍ତ୍ରତାର ମୋହ

ବାନ୍ଧିରଖିଥା ମାନସ ପଟଳେ ଯତନ ।୧


ହସିବାର ଆସର ଖୋଜିନେ

କାରଣ ଜୀବନ କନ୍ଦେଇବାକୁ

ଫନ୍ଦି ଫିକର ରଖିଛି ଅସୁମାରୀ


ହସେଇବାର ବାହାନା ବାଛିନେ

କାରଣ ଜୀବନ ଲହୁଲୁହାଣ

କରିବାକୁ ଫାସ ବସେଇଛି ତିଆରୀ ।୨


ମୁରୁକେଇବାର ରାସ୍ତା ଖୋଜିନେ

କାରଣ ଜୀବନ ଦୁଃଖ ଦେବାକୁ

ଜାଲ ମେଲିଛି ବିସ୍ତାରୀ


ହସ ବାଣ୍ଟିବାକୁ ବାହାନା ବୁଣିଦେ

କାରଣ ତାଳିପକା ଜୀବନ 

ଘନ ଘନ ଲୋତକ ଝରେଇବାକୁ 

ମଉକା କରିଛି ସତ୍କାରୀ ।୩


ମୁଚୁକେଇବାକୁ କଳ୍ପନା କରିନେ

କାରଣ ପଘାରେ ବନ୍ଧା ଜୀବନ

ସମସ୍ୟା ଘେରକୁ ନିତ୍ୟ ଠେଲୁଛି

ପ୍ରତାରଣାରେ ଅଧାମରା 


ଗୁଣୁଗୁଣେଇବାକୁ ଆସ୍ଥାନ ଖୋଳିଦେ

କାରଣ କାମଚଳା ଜୀବନ

ଲୁହରେ ଆକ୍ତାମାକ୍ତା କରୁଛି

ଅସାର ସଂସାର ସାରା ।୪


ହସ ବୁଣିବାକୁ ମାନସ ମନ୍ଥନ କରୁଥା ନିତ୍ୟ

ସମସ୍ୟା ବହୁଳ ଜୀବନେ 

ଖୁସି ଝଲସେଇବାକୁ ଝୁଣ୍ଟି ଚାଲିଥା ନିରୋଳାରେ ସତ୍ୟ

ମିଛ ମାୟା ସଂସାର କାନେ ।୫


କାରଣ

ଚାରିକାନ୍ଥର ଭବନ

ଚାରିଦିନର ଜୀବନ


ଗଣ୍ଠିଧନ ତୋର ବିଭୁପଦ ଧ୍ୟାନ 

ପାରି କରିବ ଜୀବନ ନଉକା

ଭବ ସାଗରୁ ତାରିବ ଏକା

ମୋକ୍ଷ ମାର୍ଗର ବତୀଘର କେତନ ।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational