STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ବଉଳ ଲୋ ଏବେ ଦାୟିତ୍ୱ ବଢିଲା ତୋର

ବଉଳ ଲୋ ଏବେ ଦାୟିତ୍ୱ ବଢିଲା ତୋର

1 min
59


  ଘରକୁ ଆସିଲା ନୂଆ କୁଣିଆଲୋ

  ନଲାଗୁ ନଜର କାର

  ଉଛୁଳୁଛି ଘର, ବଉଳଲୋ ମୋର

  ଦାୟିତ୍ୱ ବଢିଲା ତୋର ।

  

  କଅଁଳ କଳିର ପାଟି ପୋଛିବୁନି

  ନାହିଁକୁ ଶେକିବା ମନା

  ନପଡିବାଯାଏ ନାହିଟି ଧନର

  ଗାଧୋଇ ଦେବୁନି ଜମା

  ଯତନେ ଘୋଡେ଼ଇ ଉଷୁମ ରଖିବୁ

  ହେମାଳ ଛୁଆକୁ ଡର

  ଦାୟିତ୍ୱ ବଢିଲା ତୋର...


   ଦେହତାତି ଯଦି ଜର ଆସେ ଅବା

   ହଳଦିଆ ଦିଶେ ଦେହ

   ମାଆ କ୍ଷୀର ଛୁଆ ନପାରଇ ଶୋଷି

   କାନ୍ଦୁଥାଏ ଅହରହ

   ଉଛୁର ନକରି ଛୁଆକୁ ନେଇଲୋ

   ଦେଖାଇବୁ ଡାକତର

    ଦାୟିତ୍ୱ ବଢିଲା ତୋର....।


    ଛୁଆକୁତ ଦେବୁ ନୀୟମିତ ଟୀକା

    ଟୀକାପାଳିଦିନ ନେଇ

    ଛଅମାସଯାଏ ଖିଲି ମାଆ କ୍ଷୀର

    ପାଣିଟୋପା ଦେବୁନାହିଁ

    ଡଉଲ ଡାଉଲ ହୁଏ ପରା ଛୁଆ

    ନେଲେଟି ଯତନ ତାର

    ଦାୟିତ୍ୱ ବଢିଲା ତୋର....।

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational