STORYMIRROR

Manorama Mohanty

Abstract

2  

Manorama Mohanty

Abstract

ବଉଳ ଗଇଁଠା

ବଉଳ ଗଇଁଠା

1 min
134

ଶୀତ ଆସି ଥିଲା 

ସୋରିଷ କ୍ଷେତକୁ 

  ହଳଦୀ ପଗଡି ବାନ୍ଧି 

ଶୀତ ଥିବା ବେଳେ 

ଲଷ୍ମୀ ମାଆ ଆସିଲେ 

   ହୀରା ର ମୁକୁଟ ପିନ୍ଧି


ଶୀତ ଆସିଥିଲା 

ଗୀତ ଗାଇ ଗାଇ 

   ପୁଷ ପୁନେଇଁକୁ ନେଇ 

କରାମତି ତାର 

ସରି ତ ଗଲାଣି 

    ଫେରିବ ମୁହଁ ଶୁଖାଇ


ରେଜେଇ କମ୍ବଳ 

ସାଇତି ଦେଲାଣି 

   ବୋଉ ମୋ ଯତନ କରି 

ବିରି ବଟାବଟି 

କାମଟାକୁ ଆଗ 

    ଦେଇଥିଲା ସିଏ ସାରି


ବାପାଙ୍କ ଗରମ 

ସ୍ଵେଟର ଚାଦର 

  ଶୁଖିଲାଣି ଧୁଆ ହୋଇ 

ଗରମ ପକୁଡି 

ତେଲ ବୋଳା ମୁଢି 

   ଖାଇବାରେ ଇଚ୍ଛା ନାହିଁ


ବଉଳ ଗଇଁଠା 

ମକର ର ପିଠା 

   ସାତଘଡି ଘାଣ୍ଟ ଖାଇ 

ଶୀତ ଫେରିଯିବ 

ଆପଣା ବାଟରେ 

    ଚୁଡା ଖଜା ଭାର ନେଇ


ଶୀତ ଥିଲା ମିତ 

ଗାଉଥିଲା ଗୀତ 

   ଉଷୁମ ବିଛଣା ପରେ 

ସବୁ ପରବ ରେ 

ବୋହୁ ଘରୁ ଭାର 

    ଆସିବନି ଆଉ ଥରେ


ଭଲ ଲାଗେ ମୋତେ 

ସରୁ ସରୁ ପିଠା 

   ବୋଉ ବାଢିଦେଉଥିଲା 

ତା ଉଷୁମୁ କୋଳେ 

ଶୁଆଇ ଆଦରେ 

    କାହାଣୀ ଶୁଣାଉଥିଲା


ଫଗୁଣ ଆସିବା 

ନିଶ୍ଚିତ ହେଲାଣି 

   ରଙ୍ଗମୟ ପରା ଧରା 

ଖୁସି ରେ ଅଭିର 

ବୋଳା ବୋଳି ହୋଇ 

   ଭୁଲିଯିବା ଦୁଃଖ ସାରା


ତାପରେ ଆସିବ 

ମୁଣ୍ଡଫଟା ଖରା 

   ହତାଶ ହୋଇବେ ଜୀବ

ଫୁଲେଇ ବରଷା 

ଆସି ଚୁପି ଚୁପି 

    ଏ ଧରାକୁ ଚୁମିଯିବ


ସମୟ ଚକ୍ର ରେ 

ଋତୁ ବଦଳୁଛି 

   ଦୁଇ ଦୁଇ ମାସ ରହି 

ସର୍ବେ ନିଜ ନିଜ 

ଅଭିନୟ ସାରି 

    ଯିବେ ଆଗପଛ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract