STORYMIRROR

Panchanan Jena

Fantasy Inspirational

4  

Panchanan Jena

Fantasy Inspirational

ବସନ୍ତ ଆସର

ବସନ୍ତ ଆସର

1 min
331


ରାସ୍ତାର ପୂର୍ବ ପଟେ 

ଖିଲିଖିଲି ହସୁଛି 

ସୂର୍ଯ୍ୟମୁଖୀ ଫୁଲର ଫସଲ

ପଛ୍ଚିମ ପଟେ ଗହଳ

 ଲହଲହକା କ୍ଷେତ ବାସୁଛି

ସବୁଜ ମାୟାରେ ବାୟା କାୟା

ଧାନ ମାଣ୍ଡିଆ ମୁଗ ବିରି ଜଙ୍ଗଲ ।


ମୁଁହକୁ ମୁଁହ ଯୋଡି

ଅଣ୍ଟାକୁ ଅଣ୍ଟା ଭିଡ଼ି

ଦେହକୁ ଦେହ ଲଗେଇ

ଦକ୍ଷିଣା ପବନ ଦିଏ ନଚେଇ

କଦମ୍ ତାଲ୍‌ ରେ ପାଦ ପକେଇ

ଲମ୍ବିଯାଇଛି କେତେ ଆଗକୁ

ବୋଧେ ଦିଗବଳୟ ଯାଏ 

ମନୋରମ ଶୋଭା ମହଲ ।


ଯାଯାବର ରାସ୍ତା ଅଙ୍କାବଙ୍କା

ଅପନ୍ତରା ପନ୍ଥା ସରୁ ସରୁକା

ଆଜି ଲାଗୁଛି ଯୌବନ ପାଵଚ୍ଛରେ

ପିନ୍ଧି ହଳଦୀ ଗୁରୁ ଗୁରୁ 

ସୂର୍ଯ୍ୟମୁଖୀ ଉତ୍ତରୀ ସୁନ୍ଦରୀ

ସବୁଜ ଡ୍ରେସ୍‌ ଉପରେ 

ଭାରି ମାନୁଛି ଗୋରୀ କବରୀ 

ରାସ୍ତା ବାଙ୍କରେ ଫାଙ୍କରେ ।


ଦେଖୁନ ରାସ୍ତାରେ ଆଜି 

ଅନନ୍ତ କୋଳାହଳ

ଲୋକେ ମାଳମାଳ

ପଥିକ ଦଳ ଦଳ

ଦେଖଣାହାରୀ ସକଳ

ଖୁସିରେ କହନ୍ତି ହସନ୍ତି

ଗପନ୍ତି ଲାସ୍ୟରୋଳ 

ଫଟୋ ସେଲ୍‌ ଫି ରେ ଫାଟି ପଡୁଛି

କେଇ ମାଇଲ ରାସ୍ତା ଚଳଚଞ୍ଚଳ ।


ସାଇକେଲ ଆରୋହୀ କୁହ

ଫଟଫଟି ହିରୋହୋଣ୍ଡା ଝିଅ ପୁଅ

ଚାରି ଚକିଆ ପରିବାର

 ସ୍କୁଟି ବାଲା କଲେଜ ପଢ଼ୁଆ ଝିଅ


ପାଦଚଲା ହାଟ ଆଇଲା

ଆଇସ୍କ୍ରୀମ ବାଲା 

ମୁଣ୍ଡରେ ମୁଣ୍ଢେଇ ଫେରିବାଲା

ସମସ୍ତେ ସମବେତ 


ବ୍ୟସ୍ତତା ଭିତରେ ବି

ସମସ୍ୟା ଭିତରେ ବି 

ଦେଖିବା ପାଇଁ

ଅମୃତ ସାଗୁଆ ପଣତ

ଦିଗବଳୟ ସହିତ 

କେମିତି ହସି ଖୁସି

ବସିଛି ମିତ ।


ବୋଧେ ରାସ୍ତା ସହିତ ହସିବାକୁ

ରାସ୍ତାକଡର ଅପୂର୍ବ ଦୃଶ୍ୟରାଜିରେ ହଜିବାକୁ

ଦଣ୍ଡେ ଘଡିଏ ବସିବାକୁ

ପ୍ରକୃତି କୋଳରେ ପିଚା ଥାମିବାକୁ

ନୈସର୍ଗିକ ଦୃଶ୍ୟ ଦେଖିବାକୁ

କିଛି ଘାସ ପତର ଚିଣ୍ଢେଇବାକୁ

ଆ-- ଫୁରୂର୍ କରି ବହେ ଖେଳିବାକୁ 


ଆଖି ଖୋଲି ଦର୍ଶନ କରିବାକୁ

ତେଲଲୁଣର କ୍ଳାନ୍ତି ମେଣ୍ଟେଇବାକୁ 

ନିଜକୁ କିଛି କ୍ଷଣ ଭୁଲି ଯିବାକୁ 

ଆହା କି ସୁନ୍ଦର ସୌନ୍ଦର୍ଯ୍ୟ ମାଗିବାକୁ


ଅପୂର୍ବ ମିଳନ ସମ୍ଭାର

ଋତୁରାଜ ବସନ୍ତ ଆସର 

ସୂର୍ଯ୍ୟମୁଖୀ ସୂର୍ଯ୍ୟର

ପ୍ରେମୀକ ପ୍ରେମୀକାର

ରାସ୍ତା ଫୁଲର

କ୍ଷେତ ପବନର 

ଆଉ ସର୍ବଶେଷରେ 

ମଣିଷ ପ୍ରକୃତିର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy