STORYMIRROR

Manorama Mohanty

Abstract

2  

Manorama Mohanty

Abstract

ବର୍ଷା ରାଣୀ

ବର୍ଷା ରାଣୀ

1 min
129

  ଅମାନିଆ ବର୍ଷାଟା ଭାରି ଜିଦ କରେ 

ଅବେଳାରେ ଲୁହପରି ଟପଟପ ଝରେ 

   ଗୁମସୁମ ରହେ କେବେ ବାଦଲ ଭିତରେ 

ରିମଝିମ ଝରେ କେବେ ପାହାଡ ଉପରେ 

ଦୁମଦାମ ନାଚେ କେବେ ଲିପା ଅଗଣାରେ 

ଝୁପଝୁପ ଝରେ କେବେ ନୂଆଣୀ ଚାଳରେ 

ଝିଲ ମିଲ ହୁଏ କେବେ ସବୁଜ ପତ୍ରରେ 

ଖିଲ ଖିଲ ହସେ କେବେ ଫୁଲ ପାଖୁଡାରେ 

ଦୁଲ ଦୁଲ ଝୁଲେ କେବେ ଝଡ ବତାସରେ 

ଗୁଲଗୁଲ କଥା କହେ ଭିଜିଲା ଓଠ ରେ 

ବର୍ଷା ତ ବରଷିଥାଏ ଆପଣା ଇଛା ରେ 

ସେ ବର୍ଷାରେ ଭିଜେ ମୁଁ ମୋ ନିଜସ୍ୱ ଢଙ୍ଗରେ 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract