Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Inspirational

3  

Balabanta Sahu

Inspirational

ବର୍ଷା ମାଟି ଓ ଚାଷୀ

ବର୍ଷା ମାଟି ଓ ଚାଷୀ

1 min
13.2K


ଏସନ ବର୍ଷାରେ
ଆଷାଢ଼ ଆସିଚି
ଭିଜେଇ ଦେଇଚି ଦେହ ମନ ଆଉ ଆକାଶ
ଫି 'ବର୍ଷ ଭଳି ଆଁ କରିନି ମାଟି
ମାଟି-ବାସ୍ନା ପାଇଁ ଘୁମୁରି କାନ୍ଦୁନି ମାଟି
ଢୋକେ ବିଷ ,ଖଣ୍ଡେ ଦଉଡି ନେଇ ମୁକ୍ତି ଖୋଜୁନି ଚାଷୀ ;
ବରଂ , ମାଟିକୁ ପରିଚୟ ଦେଉଛି ତା ଦେହର ବାସ୍ନା
ମେଣ୍ଟାଇ ଦେଉଛି ତା' ବର୍ଷ ବର୍ଷର ତୃଷ୍ନା
ମାଟି ଦେହରେ ସବୁଜ ବାସ
ଚଷା ମୁହଁରେ ସବୁ ବେଳେ ଦିଶୁନଥିବା ହସ
ଏଇଠୁ ତୁ ବୁଝ୍ ! ପରିବେଶ କେତେ ସନ୍ତୁଳିତ ।

କିଛି ଗୋଟେ ବି ଲାଗୁନି ଅପୁରା ଅପୁରା
ପୁରିଲା ପୁରିଲା ଲାଗୁଛି ଗାଁ ପୋଖରୀ , ନଈ ଆଉ ଚାଷୀର ଆଖି
ପୁରିଲା ଲାଗୁଛି ପୁଣି ତା' ହାତର ରାକ୍ଷୀ
କାହିଁକିନା ,ଏବର୍ଷ ଭଉଣୀକୁ ଦେଇପାରିବ
ରାକ୍ଷୀ ପାଉଣା ବାହାନାରେ
ସ୍ନେହ ପ୍ରେମର କାନଫୁଲଟେ ।

ଦେହ ମନ ପୁରିଲା ପୁରିଲା ଲାଗିଲେ ହେଲା
ସତରେ ପରା ! ସମୁଦ୍ର ପାଣି ବି ଲୁଣି ନୁହଁ
ସେ ସବୁ' ଲୁଚି ଲୁଚି କାନ୍ଦୁଥିବା ଆକାଶର ଲୁହ ।

ଇଏ ଗୋଟେ କଣ ସମୟ ?
ବନ୍ଦ କର ! ତୋ ୟୁଟୁବ ଗୀତ ଫୀତ
ଫେସବୁକ ଗପ ଫପ
ଇଆଡ଼େ ଆ.., ମୋ ପାଖେ ବ'
ତତେ ଶୁଣାଇବି ମାଟିର ଗୀତ
ଶୁଣିବୁ ! ହୁର୍ ହୁର୍ ତାନେ ତାନେ
ଚଷାପୁଅ କେମିତି ଜୀବନ ଭରିଦେଇପାରେ
ଖୋକା ଭାଇଙ୍କ ଗୀତର ପ୍ରତିଟି ଧାଡିକୁ ....।

ଇଆଡ଼େ ଆ.., ମୋତେ ଲାଗିକି ବ'
ତତେ ଶୁଣାଇବି ରଜାରାଣୀ ଗପ
ଶୁଣିବୁ ! ରାଣୀର ପ୍ରେମମିଶା ରୋଷରେ
ରଜା କେମିତି ??
ନିଜ ହାତରେ ଗଢିପାରେ ଭାଙ୍ଗିପାରେ
ମନମୁତାବକ ହଜାର ହଜାର ତାଜମହଲ ।

#Bab_L_U

ବଳବନ୍ତ ସାହୁ
ଭୂଷଲାର୍ଡ , ସିନ୍ଧେକେଲା ,
ବଲାଙ୍ଗୀର , ଓଡ଼ିଶା
ମୋ- 9078105234


Rate this content
Log in

Similar oriya poem from Inspirational