STORYMIRROR

Prabina kumar Kabi

Inspirational

3  

Prabina kumar Kabi

Inspirational

ବୋଉ

ବୋଉ

1 min
13.4K


ଏକ ସ୍ବର୍ଗୀୟ ଆତ୍ମତୃପ୍ତିର ଅନ୍ୟନାମ ବୋଉ

ଏକ ଅବୁଝା ସମିକରଣର ଉତ୍ତର ବୋଉ।

ଓଠରେ ରକ୍ତଗୋଲାପର ସୌନ୍ଦର୍ଯ୍ୟ,

ଆଖିରେ ଆଖିଏ ସ୍ନେହଁର ଭାଷା,

ଆଉ ଏକ ଲୁହ-କୋହଭରା ଜୀବନର ଦୃଷ୍ଟାନ୍ତ ବୋଉ।

ଏକ ଅମ୍ଳାନ ପ୍ରେମର ବାହକ ବୋଉ

ହାରିହାରି ଜିତିବା ଶିଖାଏ ବୋଉ।

ଅସୀମ ବେଦନାରେ ଯୁଡୁବୁଡ଼ୁ ଦେହକୁ

ଚିରା କାନିରେ ଲୁଚାଇଦିଏ,

ଆଉ, ପ୍ରେମ ଓ ପ୍ରେରଣାର ପଣତରେ ଢାଙ୍କିଦିଏ ବୋଉ।

ଏକ ପ୍ରେରଣାଦାୟୀ ଗପଟିଏ ବୋଉ

ଏକ କରୁଣାଭରା ହାତଟିଏ ବୋଉ।

ଜଳିଜଳି ସରିଯାଏ,

ବହିବହି ଶୁଖିଯାଏ,

ସ୍ବପ୍ନ ଆଉ ବାସ୍ତବତାର ଏରୁଣ୍ଡି ବୋଉ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational