Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ବନ୍ଧୁପରି ବନ୍ଧୁଟିଏ

ବନ୍ଧୁପରି ବନ୍ଧୁଟିଏ

1 min
119


ମିଳନ୍ତା କି ମୋତେ ଏହି ଦୁନିଆରେ

ବନ୍ଧୁ ପରି ବନ୍ଧୁଟିଏ

ଯେପରି ତା' ପ୍ରେମେ ପଡ଼ିଥାନ୍ତି ବନ୍ଧା

ମୋର ଜୀବ ଥିବାଯାଏ 

ସୁଖଦୁଃଖ ସାଥୀ ସିଏ 

ପାଖେ ହୋଇ ଠିଆ ଉତ୍ସାହ ପ୍ରେରଣା

ଭରୁଥାନ୍ତା ମୋ ହୃଦୟେ ।


କୃଷ୍ଣ କୃଷ୍ଣାଙ୍କର ଯେପରି ବନ୍ଧୁତା

ପୁଣି ଶ୍ରୀକୃଷ୍ଣ ସୁଦାମା

ବନ୍ଧୁ ମହାନ୍ତି ଓ ଜଗନ୍ନାଥଙ୍କର

ବନ୍ଧୁତାର ଯେଉଁ ସୀମା 

ନ ଭୁଲନ୍ତା ପରିସୀମା

ପାଖେ ପାଖେ ରହି ପ୍ରତି ମୂହୁର୍ତ୍ତରେ 

ବଢ଼ାଉଆନ୍ତା ଗରିମା ।


ସେ ବନ୍ଧୁ ଶକତି ଭରି ଦେଉଥାନ୍ତା

ମେତେ ଜୀବନ ଅମୃତ

ପାନ କରି କରି ଲଭନ୍ତି ତୃପତି

ହୃଦୟ ହୁଅନ୍ତା ଶକ୍ତ

ଶୋଚନାରୁ ରହି ମୁକ୍ତ

ବିଶ୍ବାସ ଭରସା ସାଥିରେ ଗାଆନ୍ତି

ଜୀବନ ମଧୁ ସଙ୍ଗୀତ ।


Rate this content
Log in

Similar oriya poem from Inspirational