ବନ୍ଧୁ
ବନ୍ଧୁ
ବନ୍ଧୁ ବୋଲି ସେତ ଦୁଇଟି ଅକ୍ଷର
ଅବିରତ ସ୍ନେହ ଢାଳେ ମନେ ମୋର
ବହୁଦିନ ବନ୍ଧୁ ଏକୁଟିଆ ଥିଲି
ମିଳିଗଲା ଅାଜି ସାହାରା ତୁମର
ତୁମେ ବନ୍ଧୁ ଯେବେ ସାଥିରେ ଚାଲିଲା
ଦୂର ବାଟ ହୋଇଗଲା ନିକଟ ଯେ ମୋର
ଦିନେ ଏକା ଏକା ଚାଲୁଥିଲି
କଣ୍ଟାଭରା ରାସ୍ତାରେ
ବନ୍ଧୁ ତୁମେ ସାଥେ ଅଛ ବୋଲି
ଆଜି ଫୁଲ ବର୍ଷୁଛି ମୋ ଚଲାପଥରେ
ରାଣ ଦେଲି ବନ୍ଧୁ ହାତ ଛାଡିବନି
ଅଧାବାଟେ ମୋତେ ନେଇ
ବଞ୍ଚି ପାରିବିନି ହାତ ଛାଡିଦେଲ
ବାଟ ଭୁଲିଯିବି ମୁହିଁ
ଜାଣେନା କେଉଁଠୁ ଆସିଲ କେମିତି
ଦେବଦୂତଟିଏ ସାଜି
ଜୀବନେ ଭରିଲ ମଧୁର ଅମ୍ରୁତ
ସବୁ ଦୁଖ ଗଲା ହଜି
ସବୁଦିନ ମୁଁ ଯେ ପାର୍ଥନା କରୁଛି
ବନ୍ଧୁତ୍ବ ଆମର ରହିଥାଉ ବଞ୍ଚି
