STORYMIRROR

Udaya kumar Panda

Abstract

2  

Udaya kumar Panda

Abstract

ବନ୍ଧୁ

ବନ୍ଧୁ

1 min
270

ବନ୍ଧୁ ବୋଲି ସେତ ଦୁଇଟି ଅକ୍ଷର

ଅବିରତ ସ୍ନେହ ଢାଳେ ମନେ ମୋର

ବହୁଦିନ ବନ୍ଧୁ ଏକୁଟିଆ ଥିଲି

ମିଳିଗଲା ଅାଜି ସାହାରା ତୁମର

ତୁମେ ବନ୍ଧୁ ଯେବେ ସାଥିରେ ଚାଲିଲା

ଦୂର ବାଟ ହୋଇଗଲା ନିକଟ ଯେ ମୋର

ଦିନେ ଏକା ଏକା ଚାଲୁଥିଲି    

କଣ୍ଟାଭରା ରାସ୍ତାରେ

ବନ୍ଧୁ ତୁମେ ସାଥେ ଅଛ ବୋଲି

ଆଜି ଫୁଲ ବର୍ଷୁଛି ମୋ ଚଲାପଥରେ

ରାଣ ଦେଲି ବନ୍ଧୁ ହାତ ଛାଡିବନି

ଅଧାବାଟେ ମୋତେ ନେଇ

ବଞ୍ଚି ପାରିବିନି ହାତ ଛାଡିଦେଲ

ବାଟ ଭୁଲିଯିବି ମୁହିଁ

ଜାଣେନା କେଉଁଠୁ ଆସିଲ କେମିତି

ଦେବଦୂତଟିଏ ସାଜି

ଜୀବନେ ଭରିଲ ମଧୁର ଅମ୍ରୁତ

ସବୁ ଦୁଖ ଗଲା ହଜି

ସବୁଦିନ ମୁଁ ଯେ ପାର୍ଥନା କରୁଛି

ବନ୍ଧୁତ୍ବ ଆମର ରହିଥାଉ ବଞ୍ଚି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract