STORYMIRROR

Udaya kumar Panda

Others

4  

Udaya kumar Panda

Others

ଦେବଗିରିରେ ବର୍ଷା ଅନୁଭୂତି

ଦେବଗିରିରେ ବର୍ଷା ଅନୁଭୂତି

1 min
310


ଆକାଶଟା ଅଶ୍ରୁପାତ କଲେ

ସମସ୍ତେ କୁହନ୍ତି ବର୍ଷା।

ପ୍ରଳାପ କଲେ........

ବିଜୁଳି ଓ ଘଡଘଡି।

ଆକାଶ ଘୋଡିଥିଲା

ବାଦଲର ଖଣ୍ଡେ କଳା ଚାଦର।

ସେଦିନ ଅଦିନରେ...

ଘୋଟିଥିଲା ଘୋର ଅନ୍ଧକାର।

ବାବୁଲି ମାମୁଁଙ୍କ ମାଟି କାନ୍ଥ

ବେଙ୍ଗପରି ଫୁଲି ଯାଇଥିଲା।

ମୁହଁ ମାଡି ପଡିଥିଲେ ସବୁ

ଗଛ ଲତା ଦେବଗିରି କୋଳେ।

ପାଣି ଚକ୍ ଚକ୍ କାଦୁଅରେ.....

ଖେଳୁଥିଲେ ବରାହପହ୍ଲ ଆନନ୍ଦରେ।

ବିଜୁଳିର ଚକ୍ ମକ୍ ଆଲୁଅରେ

ଦୃଶ୍ୟମାନ ସବୁଜ ଦେବଗିରି।

ଭୟଭୀତ ହେଉଥିଲି ଶୁଣି.....

ଭୟଙ୍କର ନାଦ ଜଙ୍ଗଲରେ।

ଝଡ଼ ତୋଫାନରେ ବସିଥିଲି

ଦେବଗିରିର ଏକ ଭାଲୁ ଗୁମ୍ଫାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍