STORYMIRROR

Rajat Kumar Nayak

Tragedy

2  

Rajat Kumar Nayak

Tragedy

ବନ୍ଧୁ

ବନ୍ଧୁ

1 min
3.2K


ଶେଷ ଶ୍ରାବଣର ଶେଷ ବର୍ଷା ବିନ୍ଦୁ

ସ୍ମୃତିକୁ ଭିଜେଇ ଦେଲା

ହଜିଯାଇଥିବା ଅଝଟିଆ ସାଙ୍ଗ

ଆଜି ମନେ ପଡିଗଲା .....

ହାତ ଧରି ଧରି ଖେଳୁଥିଲୁ ଦିନେ

ହାତ ଛାଡି ଯାଇଥିଲା

ସମୟ ସୁଅ ରେ ଭାସି ଭାସି ଆସି

ପରିଚୟ ଦେଇଗଲା ......

ବନ୍ଧୁତା ହୃଦୟ ବନ୍ଧୁ ମୋର ମନ

ନିବିଡ ସମ୍ପର୍କଟିଏ

ଯେତେ ରୁଷିଲେ ବି ହୃଦୟ ଉପରେ

ମନ କି ଅଲଗା ହୁଏ ....

ତୋ ପାଇଁ ବନ୍ଧୁ ଆଜି ବି ହୃଦୟେ

ଜାଗା ଟିଏ ଅଛି ଖାଲି

ଶେଷ ସ୍ପନ୍ଦନରେ ନିଜେ ଲେଖିଦେବି

ତୁ ମୋର ବନ୍ଧୁ ବୋଲି .....

ତୋ ସାଥେ ସମ୍ପର୍କ କେବେ ଭାଙ୍ଗିବନି

ଯଦି କେବେ ଭାଙ୍ଗିଯିବ

ତୋ ଆଖିରେ ଲୁହ ଆଉ ମୋ ଶରୀର

ଶ୍ମଶାନରେ ଜଳୁଥିବ....


(ରଜତ କୁମାର ନାୟକ)


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Tragedy