STORYMIRROR

Bhakta Malla

Inspirational

2  

Bhakta Malla

Inspirational

ବଳାତ୍କାର

ବଳାତ୍କାର

1 min
13.1K



ଏବେ ଏବେ ଖୋଜା ଯାଉ ପରିଚୟ

କିଏ ସେହି ବଳାତ୍କାରୀ .......

ପିତୃମାତୃହରା ଅବାଞ୍ଛିତ ସନ୍ତାନ କି'

ଅବା କେଉଁ କାପୁରୁଷ ପିତା

ନିଭେଇଚି ତା'ର ଆତ୍ମ ପରିଚୟ ?

କେଉଁ ମାଆର ଆକାଂକ୍ଷିତ ସ୍ବପ୍ନ ସିଏ

ଯିଏ ବୁଝି ନାହିଁ ମାଆର ବେଦନା,

କେଉଁ ପିତାର ଅମୃତସ୍ୟ ପୁତ୍ର

ଯିଏ ଭୂଲି ନାହିଁ ଆଦିମ କ୍ରୁରତା !!

ସେ ହୋଇପାରେ କେଉଁ ରମଣୀର

ଆରାଧ୍ୟ ଦେବତା,

ଅବା କେଉଁ ଭଗିନୀର

ରାକ୍ଷୀବଂଧା ସୁରକ୍ଷାର କର୍ତ୍ତା ।

କି' ଶିକ୍ଷା ସଂସ୍କାରରେ

ବର୍ଦ୍ଧିତ ତା' କୈଶୋରର ଦିନ

କେମିତି କାଟିଛି ସେ ଛଳ ଛଳ

ତାରୁଣ୍ୟର ସ୍ପର୍ଦ୍ଧିତ ସ୍ପନ୍ଦନ !!

କାହିଁକି ଏ ପଶୁତ୍ବ ର ନଗ୍ନ ଆଚରଣ ?

ପଶୁ ବି' କରେ ନାହିଁ ସ୍ପର୍ଶ

କିଶୋରୀ ପଶୁକୁ -

ବୟଃପ୍ରାପ୍ତି ନ ହେବା ପର୍ଯ୍ଯନ୍ତ ।

ଜାନ୍ତବ କ୍ଷୁଧାର ଏ ' କି' ବର୍ବରତା !!

ପଥଭ୍ରଷ୍ଟ ଉଦ୍ଭ୍ରାନ୍ତ ଅବା

ମାନସିକ ବିକୃତିର ତୀବ୍ର ଅସମତା

ଉତ୍ ଶୃଙ୍ଖଳେ ଉଜୁଡାଏ କିଶୋରୀ କଳିକା ।

ସଭ୍ୟ ଏଇ ସଂସାର ରେ ହଜିଲାଣି

ସଂସ୍କାରର ନୀତି ନୈତିକତା,

ଶିକ୍ଷା ନାମେ ଚାଲେ ପ୍ରହସନ,

ନଗରର ନାଗରିକ ଖୋଜିବୁଲେ

ପୁରାତନ ପ୍ରସ୍ତର ଯୁଗର ଅନ୍ଧ ଆଦିମତା ।


ଶାସନର ହୁଗୁଳା ପଣରେ

ପଣ୍ୟ ଆଜି ନାରୀର ଯୌବନ ,

କାମାସକ୍ତ କାମାନ୍ଧ ପୁରୁଷ

ଜୀବନ କୁ ବାଜିମାରି

ହତ୍ୟାକରେ ଆଉ ଗୋଟେ

ସୁକୁମାରୀ କୋମଳ ଜୀବନ ।

ସବୁ ଆଡେ ଶୁଭେ ଆଜି

ବଳାତ୍କାରୀ ବିରୁଦ୍ଧରେ ନାରାବାଜି

ରୁଦ୍ଧ କର ଅଶିକ୍ଷାର ଦ୍ବାର,

ଯେଉଁଠି ମଣିଷ ଶିଶୁ ହଜାଏ ତା'

ବୁଦ୍ଧି ଜ୍ଞାନ- ବିବେକର ସ୍ବର,

ଯେଉଁଠି ଗଢି ହୁଏନା ସଂଯତ ଚରିତ୍ର

ପଢାହୁଏନା ମାନବିକତାର ମଂନ୍ତ୍ର

ଚାରିଆଡେ ଘୋଟିଥାଏ ନିରନ୍ଧ୍ର ଅନ୍ଧାର ।

ବନ୍ଦ୍ କର କୁଶିକ୍ଷାର ଦ୍ବାର

ପରିବର୍ତ୍ତନ କର ଶିକ୍ଷା ନୀତି

ଯେଉଁଠି ଆଉ ଶୁଭିବ ନାହଁ

ନାରୀ ଟିର କରୁଣ ଚିତ୍କାର

ଆଉ ଅଟ୍ଟହାସ୍ୟ ବଳାତ୍କାରୀ ପୁରୁଷର ।।




ଭକ୍ତ ଚରଣ ମଲ୍ଲ

ନେମ୍ବରା , କେନ୍ଦ୍ରାପଡା ।


Rate this content
Log in

Similar oriya poem from Inspirational