Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

ବିସ୍ମିତ ଶ୍ରାବଣ

ବିସ୍ମିତ ଶ୍ରାବଣ

1 min
398


ଚାହିଁଛୁ ତୁମକୁ ଆଗୋ ବର୍ଷାରାଣୀ 

ପଲକହୀନ ନୟନେ 

ମୁକୁଳିତ ହୁଅ ଝରାଅ ପିୟୁଷ 

ପୂର୍ଣ୍ଣକର ବିତରଣେ ।


ହଜିଯାଇଛ କି ନିଦାଘ ପ୍ରେମରେ 

ନିଜ ବାଟ ଭୁଲି ଯାଇ 

ଆସିଲନି ଫେରି ସେ ପ୍ରେମ ରାଇଜୁ 

କର୍ତ୍ତବ୍ୟ କରିବା ପାଇଁ ।


ଅପସରି ଆସ ଅଭିମାନିନୀ ଗୋ 

ହେଉ ଅନୁଭବ ତୁମ 

ସମର୍ପିତ ହେଉ ସକଳ ବାସନା 

ହୁଅ ତୁମେ ପୂର୍ଣ୍ଣକାମ ।


ବିକଶିତ ହେଉ ହୃଦୟ ତୁମରି 

ବରଷା ପୀରତି ଦାନେ 

ଖୋଜୁଛୁ ବ୍ୟାକୁଳେ ହୁଅ ଆବିର୍ଭାବ 

ବର୍ଷାଧାରା ସମ୍ଭାଷଣେ ।


 ପ୍ରସ୍ଫୁଟିତ ହେଉ ସବୁଜ ଶ୍ୟାମଳ 

ଘେନି ନବ ଯଉବନ  

ଅଙ୍ଗେ ଅଙ୍ଗେ ତୁମ କାମନା ଜୁଆର 

ପୁଲକିତ ତନୁମନ ।


ପୂର୍ଣ୍ଣତାଭରି ସବୁରି ପ୍ରାଣରେ 

ପିପାସା ବୁହାଇ ମନେ 

ନିଦାଘ ଜ୍ୱଳନ ଅପସରି ଯାଉ 

ତୁମ ସୁଧା ବିତରଣେ ।


କରୁଛୁ ସ୍ୱାଗତ ହୃଦୟ ବେଦୀରେ 

ଝରିଯାଅ ଅନର୍ଗଳେ 

ଜନେ ହଜିଯାନ୍ତୁ ପରିତୃପ୍ତ ହ୍ୱନ୍ତୁ 

ତୁମ ଅମୃତର ଆସ୍ୱାଦନେ ।


   


Rate this content
Log in

Similar oriya poem from Abstract