STORYMIRROR

Manorama Mohanty

Abstract

2  

Manorama Mohanty

Abstract

ବିସ୍ମିତ ଶ୍ରାବଣ

ବିସ୍ମିତ ଶ୍ରାବଣ

1 min
139


ଚାହିଁଛୁ ତୁମକୁ ଆଗୋ ବର୍ଷାରାଣୀ 

ପଲକହୀନ ନୟନେ 

ମୁକୁଳିତ ହୁଅ ଝରାଅ ପିୟୁଷ 

ପୂର୍ଣ୍ଣକର ବିତରଣେ 

ହଜିଯାଇଛ କି ନିଦାଘ ପ୍ରେମରେ 

ନିଜ ବାଟ ଭୁଲି ଯାଇ 

ଆସିଲନି ଫେରି ସେ ପ୍ରେମ ରାଇଜୁ 

କର୍ତ୍ତବ୍ୟ କରିବା ପାଇଁ 

ଅପସରି ଆସ ଅଭିମାନିନୀ ଗୋ 

ହେଉ ଅନୁଭବ ତୁମ 

ସମର୍ପିତ ହେଉ ସକଳ ବାସନା 

ହୁଅ ତୁମେ ପୂର୍ଣ୍ଣକାମ 

ବିକଶିତ ହେଉ ହୃଦୟ ତୁମରି 

ବରଷା ପୀରତି ଦାନେ 

ଖୋଜୁଛୁ ବ୍ୟାକୁଳେ ହୁଅ ଆବିର୍ଭାବ 

ବର୍ଷାଧାରା ସମ୍ଭାଷଣେ 

 ପ୍ରସ୍ଫୁଟିତ ହେଉ ସବୁଜ ଶ୍ୟାମଳ 

ଘେନି ନବ ଯଉବନ  

ଅଙ୍ଗେ ଅଙ୍ଗେ ତୁମ କାମନା ଜୁଆର 

ପୁଲକିତ ତନୁମନ 

ପୂର୍ଣ୍ଣତାଭରି ସବୁରି ପ୍ରାଣରେ 

ପିପାସା ବୁହାଇ ମନେ 

ନିଦାଘ ଜ୍ୱଳନ ଅପସରି ଯାଉ 

ତୁମ ସୁଧା ବିତରଣେ 

କରୁଛୁ ସ୍ୱାଗତ ହୃଦୟ ବେଦୀରେ 

ଝରିଯାଅ ଅନର୍ଗଳେ 

ଜନେ ହଜିଯାନ୍ତୁ ପରିତୃପ୍ତ ହ୍ୱନ୍ତୁ 

ତୁମ ଅମୃତର ଆସ୍ୱାଦନେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract