ବିଶ୍ଳେଷଣ
ବିଶ୍ଳେଷଣ
ଢଳଢଳ ଜୀବନ
ସାରୁ ପତ୍ରରେ
ଟୋପାଏ ଜଳ ପରି
ଖସି ପଡ଼ିଲେ ସବୁ ଶେଷ,
ସୂକ୍ଷ୍ମ ସୂତାରେ ବନ୍ଧା
ମୁଣ୍ଡ ଉପରେ ଝୁଲୁ ଥିବା
ତୀକ୍ଷଣ ଖଡ୍ଗକୁ କି ବିଶ୍ବାସ ?
ପାରିଛ କେହି
ହାତ ମୁଠାରେ ରଖି
ସମଗ୍ର ଆୟୁଷ ?
ସେଇଥି ପାଇଁ ତ
ସଂହାସନ ତେଜି
ଗୌତମ ବରିନେଲେ ସନ୍ୟାସ ।
କ୍ଷଣିକ ସୁଖ,ମିଛ ଆଶା
ତୁଛ ଯଦି ଏ ଅଳିକ ଜୀବନେ
ତେବେ କିଆଁ ଜୀବ ଶ୍ରେଷ୍ଠ
ମସଗୁଲ୍ ସୁନେଲି ସପନେ
ସକାଳ କିରଣେ ।