STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ବିପଦ ଆସେ ମାଡି

ବିପଦ ଆସେ ମାଡି

1 min
11.7K

 ଭାରି ସୁନ୍ଦର ପୃଥିବୀ ଆମ

 ଜୀବନ ଯହିଁ ହସେ

 ସୁଲୁସୁଲିଆ ପବନ ବହେ

 ଆକାଶେ ମେଘ ଭାଷେ


  ସୁନ୍ଦର ତାର ଝରଣା ଝର

  ସାଗର ନୀଳ ଜଳ

  ବଣ ପାହାଡ ସାଗୁଆ କ୍ଷେତ

  ଉଛୁଳା ନଦୀ ନାଳ

  

  ଜାତି ଜାତିକା କୀଟ ପତଙ୍ଗ

  ମଣିଷ ପଶୁ ପକ୍ଷୀ

  ମାଆ ପରିସେ ପାଳୁଛି ସବୁ

   ସ୍ନେହ ମମତା ମାଖି


  ମଣିଷ କିନ୍ତୁ ବଝୁନି ଆଜି

  ସେହି ମମତା ମୂଲ

  ତା ସୁଖ ପାଇଁ ପ୍ରକୃତି ଆଜି

  ହେଉଛି କଲବଲ


  ସବୁଜିମା ସେ ନେଉଛି ଲୁଟି

  ନିଇତି ଗଛ କାଟି

  ଜଙ୍ଗଲ ସଫା ହେଉଛି ବୋଲି

  ଯାଉଛି ତାତି ମାଟି


   ବଢୁଛି ଏଣେ ଗାଡି ମଟର

   ବଢୁଛି କାରଖାନା

   ଧୂଆଁ ଭରୁଛି ବିଷ ଜହର

   ପ୍ରକୃତି ଆନମନା


   ନିୟମ ମାନି ହେଉନି ବର୍ଷା

   ମରୁଡ଼ି କେବେ ବଢି

   ଆଖି ତରାଟେ ଝଡ ତୋଫାନ

   ଅଦିନ ମେଘ ଝଡି


   ପ୍ରକୃତି କୋପେ ରୋଗ ବେମାରୀ

   କରନ୍ତି ବାଟବଣା

  ଆଖି ପଲକେ ମୂଲକ ଗ୍ରାସି

   ଡରାନ୍ତି ଟେକି ଫଣା


  ବେଳହୁଁ ଯଦି ହେବାନି ଆମେ

  ସାବଧାନ ରେ କେହି

   ସୁଖ ସପନ ଅଦିନେ ସବୁ

  ଯିବରେ ଆମ ଧୋଇ


   ଲୋହିତ ଧ୍ବଜା ଉଡାଇ କହୁ

   ବିପଦ ଆସେ ମାଡି

   ନହେବା ଯଦି ସଜାଗ ଆମେ

   ଲୁହରେ ଯିବା ବୁଡି


   ସବୁଜିମା ତ ଦେବାକୁ ଭରି

   ସବୁଜ ନେତ କହେ

   ଗଛଙ୍କ ମେଳେ ହସଇ ଧରା

   ମିଠା ପବନ ବହେ


   ଆସରେ ଆସ ଭରିବା ଗଛ

   ଅଛି ପଡିଆ ଯହିଁ

   ଲଣ୍ଡା ପାହାଡ ହସିବ ପୁଣି

    ସବୁଜ ରଙ୍ଗ ହୋଇ


  ପକୃତି ସାଥେ କରିବା ନାହିଁ

   ଆମେ ରେ ଜମା ବାଦ

   ତା ଯତ୍ନ ପ୍ରତି ଦେଲେରେ ଧ୍ୟାନ

   ନଥିବ ଅବସାଦ


   ବିକାଶ କଥା ଭାବିବା ଆମେ

    ପରିବେଶ କୁ ଚାହିଁ

   ପରିବେଶ ତ ରହିଲେ ସ୍ବଛ

   ଦୁଃଖ ରହିବ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational