ବିକଳ୍ପ ବିଶ୍ବ
ବିକଳ୍ପ ବିଶ୍ବ
ହେ ପୁରୁଷ ଜାତି ଥରେ ହୁଅ ନାରୀ
ନାରୀ ମନ କଥା ପାରିବ ଜାଣି
ମରି ପାରିବନି ବଞ୍ଚି ପାରିବନି
ଲାଗିଲେ ସିନ୍ଦୁର ଶିରେ ଓଢ଼ଣୀ ।
ଦଶମାସ ଦଶଦିନ ଗର୍ଭେ ଧରି
ସହନ କରିଲେ ଗର୍ଭ ଯନ୍ତ୍ରଣା
ମାତୃତ୍ଵ ଲାଭର ମହତ୍ତ୍ଵ ବୁଝିବୁ
ସେନେହ ମମତା ନହେବ ଉଣା।
ସଭିଙ୍କର ମନ ଜାଣି କି ଚଳିବା
ତୋ ନିତି ନିୟମ ପଡ଼ିବ ଜଣା
ଆନନ୍ଦ ଉଲ୍ଲାସ ସଭିଙ୍କୁ ପରସି
ଅଶ୍ରୁଜଳ ତୋର ବୋହିବା ମନା ।
ସକାଳରୁ ସଞ୍ଜ ମନରେ ଆନନ୍ଦ
ମନ ଜାଣି ସେବା ଦେବାରେ ଧ୍ୟାନ
ରାତ୍ର ଉଜାଗର ସେବା ପରିବାର
ବୃଦ୍ଧ ହେଉ ଅବା ବାଳ ସନ୍ତାନ ।
ମାତୃ, ଭଗ୍ନୀ,ଜାୟା, କନ୍ୟା ରୂପି ମାୟା
ତୁମ ବିନା ନୁହେଁ ଏ ଧରା ନାମ
ଆନନ୍ଦ ଅଶ୍ରୁ ରେ ତୁମରି ଚରଣେ
ଏ ଅଧମ କରେ ଶତ ପ୍ରଣାମ ।