ବିଜନତା
ବିଜନତା
ବହୁଳ ବ୍ୟଗ୍ର ଅତୀବ ତୀବ୍ର
ଏ ମୌସୁମୀ ଜୀବନେ ବିଜନତା ଭରେ
ଆକ୍ରୋଶ ମୌସୁମୀ ପାଖେ ଆଶ୍ରା ବି ଦିଏ
ସତେ କି ବନ୍ଧୁଟିଏ ସେ
ହଁ ହଁ ସେ ସତେକି ବନ୍ଧୁଟିଏ
ଲାଗଇ ତାର ପ୍ରତିଛବି ମୋର ଦେହେ
କେବେ ତାକୁ ଏଡ଼ାଇ ପାରେନା ସତେ
କାହିଁକିନା ମୁଁ ପାରେନା କହି ମିଛେ
ବହଳ ବହଳ ଏ ବିଜନତା ଏ
କେବେ ମାଦକତା ଦିଅନ୍ତି ଭରେ
ତ କେବେ ଫର୍ଚା ଆଲୋକରୁ କାଣିଚାଏ ମାଗିବାକୁ
ତଥାପି କାହିଁକି କେଜାଣି ବେଳେ ବେଳେ ସେହି
ଅହଲ୍ୟା ପାଷାଣୀ ସଜାଏ
ମୃଦୁ ବୃକ୍ଷଟିଏ ଗଢେ ଅମାନିଆ ତାର ବୁକେ
ହଁ ହଁ ଇଏ ସେହି ବିଜନତା l