ନଈ
ନଈ
ମୁଁ ଅବିରତ ସେହି ନଈଟିଏ
ଯିଏ କଳକଳ ଧାରେ ବହିଯାଏ କେତେ ଧାରେ
କେତେ କୂଳ କନ୍ଦରେ ଅବା କେତେ ଗିରି ପଥେ
ହଁ ମୁଁ ସେହି ନଈ ଟିଏ
ଯିଏ ମା ପରି ତୁମ ଖୁସି ପାଇଁ ଝରିଯାଏ
ହଁ ମୁଁ ସେହି ନଈଟିଏ
ନାହିଁ ମୋ ନିର୍ଦ୍ଧିଷ୍ଟ ଆଶୀର୍ବାଦ ତୁମ ପାଇଁ
ଝରି ଝରି ତୁମ ପାଇଁ ଶେଷ ହେବି ପଛେ
ଜୀବନ ଦେବି ଯେ ବଞ୍ଚେଇ
କାରଣ ମୁଁ ନଈ ଟିଏ
ଯାହା ପାଖେ ଅଛି ମାତୃ ହୃଦୟ ଟିଏ
ହଁ ହଁ ମୁଁ ସେହି ନଈଟିଏ
ହଁ ମୁଁ ସେହି ନଈଟିଏ..
