STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ବିଜେ କରିଛନ୍ତି ମାଆ ତାରିଣୀ

ବିଜେ କରିଛନ୍ତି ମାଆ ତାରିଣୀ

1 min
23K

  ବିଜେ କରିଛନ୍ତି ମାଆ ତାରିଣୀ

 """""""""""""""""""""""""""""""""""

  ବିଜେ କରିଛନ୍ତି ମାଆ ତାରିଣୀ

  କୁଳୁକୁଳୁ ବହେ ବଇତରଣୀ

  ସୁଷମାରେ ଭରା ଆମ କେନ୍ଦୁଝର

   ମାଟିରେ ସାଇତା ମୁକୁତା ମଣି 

   ବିଜେ କରିଛନ୍ତି ମାଆ ତାରିଣୀ....


   ସରଳ ମଣିଷ ସରଳ ମନ

   ଆକାଶକୁ ଚାହିଁ ଦେଖୁ ସପନ

   ଛନ୍ଦକି କପଟ ପାରରୁନା ବୁଝି

   ନାଚରେ ଗୀତରେ ଯାଉରେ ହଜି

   ପାହାଡୀ ଝରଣା ଗୀତ ଗାଇ ଗାଇ

   ନିଇତି ଶୁଣାଏ ନୂଆ କାହାଣୀ 

   କୁଳୁକୁଳୁ ବହେ ବଇତରଣୀ ...


   ରାଇଜର ଇଏ ରତ୍ନ ଭଣ୍ଡାର

    ଅମୂଲମୂଲ ତା ମାଟି ପଥର

   ସବୁଜିମା ଭରା ବଣ ପର୍ବତ

   ମନଲୋଭା କେତେ ଜଳ ପ୍ରପାତ

   ପାହାଡ ଛୁଏଁଲୋ ମେଘ ମଥାନକୁ

   ପସରା ମେଲିଛି ପ୍ରକୃତିରାଣୀ

    ବିଜେ କରିଛନ୍ତି ମାଆ ତାରିଣୀ...


   ଖଣି ପାଇଁ ହୁଏ ଜଙ୍ଗଲ କଟା

   ବସଇ ସହର ବଢଇ କୋଠା

   ବଢେ କାରଖାନା ଗାଡି ମଟର

    ଚାରିଆଡେ ଧୂଳି ଧୂଆଁ ଜବର

   ଏପଟେ ବିକାଶ ସେପଟେ ବିନାଶ

    ନୀରିହ ଆଖିରେ ଅସରା ପାଣି

     କୁଳୁକୁଳୁ ବହେ ବଇତରଣୀ...


    ପରିବେଶ ପ୍ରତି ନଜର ଦେଇ

    ବିକାଶ ର ଅଙ୍କ କଷିବା ଭାଇ

    ମିଶିବନି ପାଣି ପବନେ ବିଷ

     ଉଭେଇ ଯିବନି ଓଠରୁ ହସ

    ଆମ ଦେହ ଆମ ମନ ଦରଜକୁ

     ସହଜେ ଆମେରେ ପାରିବା ଜିଣି

     ଦୟା ରଖିଥିବେ ମାଆ ତାରଣୀ...


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational