STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବିଦାୟୀ ଚେତନା

ବିଦାୟୀ ଚେତନା

1 min
165

ଗୁଡ୍ ମର୍ଣିଙ୍ଗ ସାର୍ 

ବୋଲି କହିଦେଲେ


ଗୁଡ୍ ଆଫଟାର୍ନୁନ ସାର୍ 

ବୋଲି ବୋଲିଦେଲେ


ଗୁଡ୍ ଇଭନିଙ୍ଗ୍ ସାର୍ 

ବୋଲି ଡାକିଦେଲେ


ପ୍ରତିଧ୍ଵନି ଖେଳିଯାଏ

 ମାଟିରୁ ଆକାଶ

ହସଫୁଲ ମହଣ ମହଣ 

ବିଂଚିଦିଏ ଦିବ୍ୟ ପ୍ରକାଶ 


ହୃଦୟରୁ ସମ୍ମାନ ଥାଏ 

ଚେତନାରେ ମୋର

ମନ ଗହନରୁ ଶ୍ରଦ୍ଧାଥାଏ

 ପ୍ରାର୍ଥନାରେ ମୋର


ଅଫୁରନ୍ତ ପ୍ରତି ନମସ୍କାର 

ମିଳୁଥାଏ କୈବଲ୍ୟ ପରା

ଅଧ୍ୟକ୍ଷ୍ୟ କମ୍ ବଡ଼ ଭାଇର ସ୍ନେହ

 ମିଳୁଥାଏ କରୁଣା ଝରା


ପାଞ୍ଚବର୍ଷର ଅଫିସିଆଲ 

ସଂପର୍କ ଡୋରୀ

ଅଧ୍ଯକ୍ଷ- ଶିକ୍ଷକର କ୍ଷୀଣ 

ସାଙ୍ଗ - ସଖାର ମିଶ୍ରଣ ପୁରି


କେତେବେଳେ ମନ ମସ୍ତିଷ୍କରେ 

ଫୁଲକ ପୁରାଏ

କେତେବେଳେ ଅସ୍ଥି ମଜ୍ଜାଗତ 

ଝଲକ ଝରାଏ

କେତେବେଳେ ଆତ୍ମାଗତ ଜାଜ୍ୱଲ୍ୟରେ 

ହସି ବସି ବେଦମ୍ କରାଏ 

ପୁଣି ଦେଦିପ୍ୟମାନ ମହାମାନଵର 

ଶୀର୍ଷସ୍ଥାନକୁ ନେଇ ବସାଏ


ନ ସରୁ ଏହି ଅମୀୟ 

ସଂପର୍କର ପର୍ବ

ନ ମରୁ ଏହି ପୁଲକିତ 

ମାନବୀୟ ଅର୍ଘ୍ୟ


ବଂଚିତ ନ ହେଉ ନବୋଦୟ

 ସରାଙ୍ଗ ଢ଼େଙ୍କାନାଳ ପରିବାର

ଶଙ୍ଖକ୍ଷେତ୍ରେ ଅର୍କକ୍ଷେତ୍ରେ 

କିର୍ତ୍ତି ପତାକା ଉଡୁ ଫରଫର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational