STORYMIRROR

Srinibas Mahalik

Comedy Abstract

2  

Srinibas Mahalik

Comedy Abstract

ବିଚରା ପତି

ବିଚରା ପତି

1 min
13.1K


ପତ୍ନୀଙ୍କର ଦୁଇ ନାଲି ଆଖି ଦେଖି

ପତିଙ୍କର ବଢେ ତାତି

ହାତେ ପୁଣି ତାଙ୍କ ଝାଡୁ ଦେଖିଦେଲେ

ପତି ବା ଦିଅନ୍ତି ମୁତି..

ହାଏର ବିଚରା ପତି..

ପତ୍ନୀ ଦେବୀ ତାଙ୍କୁ ବନେଇଦିଆନ୍ତି

ମରଦରୁ ମାଈ କୁତି ।।

ପତ୍ନୀଙ୍କୁ ମାରିଲେ ନାରୀ କମିଶନ

ପତିଙ୍କୁ ମାରିଲେ ନାଇଁ

ସେଥିପାଇଁ ପତି ପତ୍ନୀଙ୍କ ଦେହରେ

ପାରେନା ଟିକିଏ ଛୁଇଁ..

ପତି କାନ୍ଦେ କଇଁ କଇଁ..

ପତ୍ନୀଙ୍କୁ ଟିକିଏ କଅଣ କହିଲେ

ଥାନାକୁ ଯାଉଛି ଧାଇଁ ।।

ପତିପତ୍ନୀ ଦୁହେଁ ଥାନାକୁ ଗଲେବି

ଶୁଣାହୁଏ ପତ୍ନୀ କଥା

ଥାନା ବାବୁଠାରୁ 'ନାରୀ ଆଗ ଶୁଣି'

ଘୂରଇ ପତିର ମଥା..

ହାଏ ଦଇବ ବିଧାତା..

କାହାକୁ କହିଲେ କିଏସେ ଶୁଣିବ

ପତିର ଅକୁହା ବ୍ୟଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy